Breaking News

ଦୋକାନରେ ଲାଗିଲା ନିଆଁ, ନିଜ ଦୋକାନରେ ଜିଅନ୍ତା ଜଳି ଗଲେ ମହିଳା

 

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବକ୍ତାରପୁର ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଦୋକାନରେ ନିଆଁ ଲାଗି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମହିଳା ଜଣଙ୍କ କମଳା ସାହୁ ବୋଲି ଜଣାପଡିଛି ।  ସୂଚନା ଅନୁସାରେ ସବୁଦିନ ପରି ଆଜି ମଧ୍ୟ କମଳା ବକ୍ତରପୁର ଛକରେ ଥିବା ନିଜର ପାନ ଦେକାନକୁ ଯାଇଥିଲେ ଏବଂ ଦୋକାନ ଖୋଲି ଧୂପ ଦେବା ପରେ ଗ୍ରାହକଙ୍କ ଅପେକ୍ଷାରେ ବସିଥିଲେ କମଳା । 

ଆଉ ଏହି ସମୟରେ ପାଖରେ ବିକ୍ରି କରିବାକୁ ରଖିଥିବା ପେଟ୍ରୋଲରେ ନିଆଁ ଲାଗିବାରୁ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଆଖି ପିଛୁଳାକେ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା ।  ଏହାପରେ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଦୀର୍ଘ ଦୁଇଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବା ପରେ ଦୋକାନ ଭିତରୁ ଦୋକାନୀ ମାଲିକାଣି କମଳା ସାହୁଙ୍କ ମୃତଦେହ ଉଦ୍ଧକ୍ଷର କରିଥିଲା । ଯାହାକୁ ନେଇ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Type and hit Enter to search

Close