ଛକ ଛକରେ ଜଗିଛି କମିଶନରେଟ ପୋଲିସ । ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ମୋଟା ଅଙ୍କର ଜୋରିମାନା ମଧ୍ୟ ଦିଆଯାଉଛି । ରାଜଧାନୀରେ ଜୋରଦାର ଚାଲିଛି କଡାକଡି ଚେକିଂ । ଗାଡିରେ କଳା ରଙ୍ଗର ଜରି , କାଚ ବିନା ହେଲମେଟରେ ଗାଡି ,ସ୍କୁଟର ଚଳାଇବା , ମଦ ପିଇ ଗାଡି ଚଳାଇବା , ବିକଟାଳ ହଣ୍ଣ ଲଗାଇବା ଏପରି କରିବା ଦ୍ୱାରା ଗାଡି ଚାଳକଙ୍କୁ ଧରିଛି ପୋଲିସ ।
ପୋଲିସ ଲୋକଙ୍କୁ ଧରି ମୋଟା ଅଙ୍କର ଫାଇନ ପକାଉଛି । ଆଜିଠାରୁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । ଖୋଜିଖୋଜି ନିୟମ ଖିଲାଫକାରୀଙ୍କୁ ଧରୁଛି କମିଶନରେଟ ପୋଲିସ । ଧରାପଡିଲେ ଗାଡିକୁ ସିଜ କରି କୋର୍ଟ ଚାଲାଣ କରାଯାଉଛି । ତେବେ ୧୦ ତାରିଖ ସମୟ ଦେଇଥିଲା କମିଶନରେଟ ପୋଲିସ ଏହା ପରଠୁ ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବେ , ମଦ ପିଇ ଗାଡି ଚଳାଇଲେ ସେମାନଙ୍କ ଉପରେ ଫାଇନ ଲାଗୁ ହେବ ।
Social Footer