Breaking News

ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ରେଡ୍, ନାକ୍ ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ଅଭିଯୋଗ

 

ଲାଞ୍ଚ ନେଇ ନାକ୍ (NAAC) ମାନ୍ୟତା ଦେବା ମାମଲାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣାଙ୍କ ଘରେ ପଶିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ବୁଲୁ ମହାରଣାଙ୍କ ଜ୍ୟୋତି ବିହାରସ୍ଥିତ ସରକାରୀ କ୍ୱାଟର୍ସରେ ସିବିଆଇ ଚଢ଼ଉ କରିଛି । ସିବିଆଇ ଟିମ୍ ଘର ବନ୍ଦ କରି ଯାଞ୍ଚ କରିଛି । 

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗର ପ୍ରଫେସର ବୁଲୁ ମହାରଣା ନାକ୍ ର ସଦସ୍ୟ ରହିଛନ୍ତି । ସେ ହ୍ରାଇଦ୍ରାବାଦର ଏକ ଘରୋଇ ବିଶ୍ୱବିଦ୍ୟାଳୟକୁ ଭଲ ରେଟିଂ ଦେଇ ନାକ୍ ମାନ୍ୟତା ପ୍ରଦାନ କରିବାକୁ ଲାଞ୍ଚ ନେଇଥିଲେ । ଗତ ୧ ତାରିଖରେ ସିବିଆଇ ମାମଲାର ଯାଞ୍ଚ କରି ବୁଲୁ ମହାରଣାଙ୍କୁ ଗିରଫ କରିବା ସହିତ ତାଙ୍କ ସରକାରୀ କ୍ୱାଟର୍ସକୁ ସିଲ୍ କରିଥିଲେ । ଆଜି ପୁଣି ଥରେ ଯାଞ୍ଚ କରାଯାଉଛି । 

ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଏକ ୱାଦେଶ୍ୱରମ୍ ନାମକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବା  ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଗତ ଶନିବାର ଦେଶର ୧୦ଟି ବିଶ୍ୱ ବିଦ୍ୟାଳୟରେ ସିବିଆଇ ଖୋଳତାଡ଼ କରିଥିଲା । ଓଡ଼ିଶା ସମତେ ଚେହ୍ନାଇ, ବେଙ୍ଗାଲୁରୁ, ବିଜୟୱାଡା, ସମ୍ବଲପୁର, ଭୋପାଳ, ଦିଲ୍ଲୀ, ଆଦି ଅଞ୍ଚଳରେ ଚଢାଉ କରାଯାଇଥିଲା । ଏହି ମାମଲାରେ ୧୦ ଜଣ ଗିରଫ ହୋଇଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ସମେତ ଜିପି ସାରଥୀ ଶର୍ମା, ରାଜା ହରିନ, ଏ ରାମକୃଷ୍ଣ, ସମରେନ୍ଦ୍ର ନାଥ ସାହା ଏବଂ ଗାୟତ୍ରୀ ଦେବରାଜ ପ୍ରମୁଖ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ।

Type and hit Enter to search

Close