Breaking News

ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ସମ୍ପୂର୍ଣ୍ଣ ବନ୍ଦ, ନିୟମ ଉଲ୍ଲଘଂନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

 

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ୍‌ । ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ କମିଶନରଙ୍କ ତାଗିଦ । ଐତିହାସିକ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଷଣ ପାଇଁ ନିର୍ଦ୍ଦେଶ । ନିୟମ ଉଲ୍ଲଘଂନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଗାଇଡଲାଇନ ଅନୁସାରେ ପରିବେଷଣ ପାଇଁ ସବୁ ଯାତ୍ରା କମିଟିଙ୍କୁ ଅବଗତ କରାଯାଇଥିବା କହିଛନ୍ତି BMC କମିଶନର ରାଜେଶ ପ୍ରଭାକାର ପାଟିଲ ।

କିଛିଦିନ ପୂର୍ବରୁ ଭଦ୍ରକରେ ଏଭଳି ଏକ ଘଟଣା ଘଟିଥିଲା । ଯାତ୍ରାରେ ଅଶ୍ଲୀଳ ନାଚକୁ ବିରୋଧ ହୋଇଥିଲା । ଯାତ୍ରାରେ ମେଲୋଡି ମଝିରେ ଜୋତା ଫିଙ୍ଗିଥିଲେ ମହିଳା । କିଛି ସମୟ ପାଇଁ ଯାତ୍ରା ବନ୍ଦ ହୋଇଥିଲା । କାଳୀପୂଜା ଉପଲକ୍ଷେ ଭଦ୍ରକ ଜିଲ୍ଲାରେ ଯାତ୍ରା ପରିବେଷଣ ହେଉଥିଲା । ବେଶ କିଛି ସମୟ ପାଇଁ ବନ୍ଦ ହୋଇଥିଲା ଯାତ୍ରା ଆୟୋଜକ କମିଟି ସଦସ୍ୟ ବହୁ ବୁଝାସୁଝା ପରେ ଯାତ୍ରା ଆୟୋଜିତ ହୋଇଥିଲା ।

ସୂଚନା ଥାଉକି ମଙ୍ଗଳବାରଠୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା । ଏହି ଅବସରରେ ସକାଳୁ ଖଣ୍ଡଗିରି ଉଦୟଗିରି ମେଳା ପ୍ରସ୍ତୁତି ବୁଲି ଦେଖିଛନ୍ତି ବିଏମସି କମିଶନର । ସେ କହିଛନ୍ତି ଖଣ୍ଡଗିରିରେ ବଳବତ୍ତର ରହିବ ପରିମଳ ବ୍ୟବସ୍ଥା । ସ୍ଥାୟୀ ଆଲୋକିକରଣ, ପାନୀୟ ଜଳକୁ ଅଧିକ ଗୁରୁତ୍ୱ ଦିଆଯିବ । ପାଞ୍ଚକୁଣ୍ଡର ଖୁବ ଶୀଘ୍ର ହେବ ପୁନର ଉଦ୍ଧାର ।

Type and hit Enter to search

Close