Breaking News

ଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରରେ ମୁତୟନ ହେବ ୪୦ପ୍ଳାଟୁନ ଫୋର୍ସ, ରାତି ୧୦ରେ ଉଠିବ ମହାଦୀପ

 

ଆସନ୍ତା ୨୬ ତାରିଖରେ ମହାଶିବରାତ୍ରୀ । ଏଥିପାଇଁ ସମସ୍ତ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହାସହ ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବା ନେଇ ସ୍ଥିରୀକୃତ ହୋଇଛି । ସ୍ୱତନ୍ତ୍ର ପ୍ରଦଖଚ୍ଚ ଭବନ ସମିଳନୀ କକ୍ଷରେ ଆୟୋଜିତ ଏକ ସମନ୍ୱୟ କମିଟି ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଖାଲି ସେତିକି ନୁହେଁ ଶୃଙ୍ଖଳା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ୪୦ ପ୍ଲାଟୁନ ଫୋର୍ସ ମୁତୟନ ଉପରେ ମଧ୍ୟ ଆଲୋଚନା କରାଯାଇଛି । ତେବେ ମନ୍ଦିର ସେବାୟତା ଏବଂ ଭିଆଇପିମାନଙ୍କ ନିମନ୍ତେ ପୃଥକ ଦ୍ୱାର ବ୍ୟବହାର କରାଯିବା ସହିତ ୨୬ ତାରିଖ ଅର୍ଥାତ ମହାଶିବରାତ୍ରୀ ଦିନ ଭୋର ୩ଟା ୩୦ ରୁ ପୂର୍ବାହ୍ନ ୧୧ଟା ଏବଂ ସଂଧ୍ୟା ୬ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ । 

ତେବେ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହି ବୈଠକରେ ଏକ୍ରାମ ବିଧାୟକ ବାବୁ ସିଂହ, ବିଏମସି ମେୟର ସୁଲୋଚନା ଦାସ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ରୁଦ୍ର ନାରାୟଣ ମହାନ୍ତି ଯୋଗଦେଇ ସମନ୍ୱୟ କମିଟି ସହ ପୁଙ୍ଖାନୁପୁଙ୍ଖ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।

Type and hit Enter to search

Close