ପ୍ରାଥମିକ ଶିକ୍ଷକ ସଂଘର କ୍ୟାଲେଣ୍ଡର ଉନ୍ମୋଚନ ଓ ବନ୍ଧୁ ମିଳନ ଉତ୍ସବ

 

ବ୍ରହ୍ମପୁର,୨୩/୧(ଅଭିଜିତ କର): ସ୍ଥାନୀୟ ଗେଟ ବଜାର ସ୍ଥିତ ଏନଜିଓ ହଲ୍ ପରିସରରେ ଗୁରୁବାର ଅପରାହ୍ନରେ ମହାନଗର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ବନ୍ଧୁ ମିଳନ ଓ ବାର୍ଷିକ କ୍ୟାଲେଣ୍ଡର୍ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଶ୍ରୀଯୁକ୍ତ ରାଜେଶ କୁମାର ତାରିଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଯୋଗଦେଇ ବେଳେ, ସମ୍ମାନିତ ଅତିଥି ରୂପେ ରଙ୍ଗେଇଲୁଣ୍ଡା ବିଇଓ ଶ୍ରୀଯୁକ୍ତ ଦେବେନ୍ଦ୍ର ବେହେରା, ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଅଶୋକ କୁମାର ଶୁକ୍ଲା, ଏୟୁପିଟିଏଫ ମହାସଚିବ ଶ୍ରୀମତୀ ଚାରୁଲତା ମହାପାତ୍ର, ରାଜ୍ଯ ସଂଗଠନ ସମ୍ପାଦକ ଶ୍ରୀ ମନୋଜ କୁମାର ସ୍ଵାଇଁ, ଶିକ୍ଷାବିତ୍ ତଥା ଜେନିଥ କ୍ଲାସେସର ପ୍ରତିଷ୍ଠାତା ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । 

ସମ୍ପାଦକ ଶ୍ରୀଯୁକ୍ତ ଅବନୀ କୁମାର ପାଢ଼ୀ ମଞ୍ଚାସିନ ଥିବା ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥିରେ ଶିକ୍ଷକ ଶ୍ରୀ ଅରୁଣ କୁମାର ସାହୁ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜ୍ଞାନୀ ସାହୁ ମଞ୍ଚ ପରିଚାଳନା ଓ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ରଙ୍ଗେଇଲୁଣ୍ଡା ବ୍ଲକର ୧୭ଜଣ ସିଆରସିସି ତଥା ୨ଜଣ ପୂର୍ବତନ ସିଆରସିସି ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧନା କରାଯାଇଥିଲା । ଉକ୍ତ ଉତ୍ସବକୁ ସୁନୀତା ପଟ୍ଟନାୟକ, ମମତା ପାଣିଗ୍ରାହୀ, ବାଙ୍କ ପ୍ରଧାନ, ବିଭୁତି ଭୂଷଣ ପଣ୍ଡା, ଈଶ୍ୱର ବେହେରା, ଅନୁଜ ପ୍ରଧାନ, ଅଭୟ ସେଠୀ, ଏ ଭଗବାନ, ସୁନିତା ପଟ୍ଟନାୟକ, ରୀତାରାଣୀ ବେହେରା, ତନୁଜା କୁମାରୀ ଦେବୀ ଏବଂ ବି ଦୁହିତାତ୍ମା ପାତ୍ର ତଥା ବରିଷ୍ଠ ଶିକ୍ଷାବିତ୍ ଓ ଉପଦେଷ୍ଟା ମଣ୍ଡଳୀ କେ କୃଷ୍ଣ ମୂର୍ତ୍ତି, ହାଡ଼ିବନ୍ଧୁ ମାଳି, ନରସିଂହ ପାଢ଼ୀ ଓ ସୀମାଞ୍ଚଳ  ମିଶ୍ର, ପ୍ରଫୁଲ୍ଲ କୁମାର ଦାସଙ୍କ ସମେତ ଅନ୍ୟ ସଦସ୍ୟ ମାନେ ସୁପରିଚାଳନା କରିବାରେ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲେ ।

Share this post

Previous Post Next Post