Breaking News

ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧିଲେ: କାର୍‌ ଶୋ’ ରୁମ୍‌ ଭିତରେ ପଶି ଟଙ୍କା ବାକ୍ସ ଲୁଟି ନେଲେ

 

ସୋରୁମରୁ ହୋଇଛି ବଡଧରଣର ଲୁଟ୍ ଏହିଭଳି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ ଦେଖିବାକୁ ମିଳିଛି । ସହରରେ ଥିବା ହୁଣ୍ଡାଇ ସୋରୁମ୍‌ର ୨ଜଣ ସିକ୍ୟୁରିଟିଙ୍କୁ ବାନ୍ଧି ୪ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ବନ୍ଧୁକ ଦେଖାଇ ଲକରରୁ ଲୁଟ୍ କରିଛନ୍ତି । ଲକରରେ ୨ ରୁ ୩ ଲକ୍ଷ ନଗଦ ଟଙ୍କା ସହ କ୍ରେଡିଟ କାର୍ଡ ଏବଂ  ଅନେକ ଗୁରୁତ୍ତ୍ୱପୂର୍ଣ୍ଣ କାଗଜ ପତ୍ର ଲୁଟ ହୋଇଥିବା ଜଣାପଡିଛି । 

ସୂଚନା ଅନୁସାରେ,  ପ୍ରଥମେ ସିକ୍ୟୁରିଟିଙ୍କୁ ବାନ୍ଧି ବନ୍ଧୁକ ଦେଖାଇ ସୋରୁମ୍‌ର ଅନ୍ୟ ଲୋକଙ୍କୁ ଆତଙ୍କିତ କରାଇଥିଲେ । ଏହା ପରେ ସୋରୁମ୍‌ର ଲକରରୁ ୨ ରୁ ୩ ଲକ୍ଷ ନଗଦ ଟଙ୍କା ସହ କ୍ରେଡିଟ କାର୍ଡ ଓ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ଲୁଟି ନେଇଥିଲେ ।  ଏନେଇ ସୋରୁମ୍‌ର କର୍ମଚାରୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଘଟଣାର ତଦନ୍ତ ଜାରି ରଖିଛି।

Type and hit Enter to search

Close