Breaking News

୨୧ତମ ବିବେକାନନ୍ଦ ସଂସ୍କୃତି ମେଳା ମହାଆଡ଼ମ୍ବରରେ ଅନୁଷ୍ଠିତ



ବ୍ରହ୍ମପୁର, ୧୪/୧(ଅଭିଜିତ କର): ସ୍ଥାନୀୟ ହରିଡାଖଣ୍ଡି ଅଞ୍ଚଳ ଦ୍ୱାରିକା ନଗର ସ୍ଥିତ ବିବେକାନନ୍ଦ ଖେଳ ପଡ଼ିଆରେ ବିବେକାନନ୍ଦ ସଂସ୍କୃତି ମେଳା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଶ୍ରୀ ମିହିର ରଞ୍ଜନ ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଚଳିତ ମାସ ଗତ ୧୧, ୧୨ ଏବଂ ୧୩ ତାରିଖ ୩ଦିନ ବ୍ୟାପୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶନିବାର ଅର୍ଥାତ୍ ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରୁ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧୟନରତ ଶିଶୁ ମାନଙ୍କ ପାଇଁ ପ୍ରାୟ ୩୭ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲାର ବି.ଏ.ସି, ସି.ବି.ଏ.ସି ଏବଂ ଆଇ.ସି.ଏ.ସି ବୋର୍ଡ଼ର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ତେବେ ଅନ୍ୟ ଗୁଡ଼ିକ ମଧ୍ୟରେ ବିଜ୍ଞାନ ମେଳା, କାରିଗରି, ଚିତ୍ରାଙ୍କନ, ଚିତ୍ର, ହେଣ୍ଡଲୁମ, ପରମ୍ପରା, ସଜୀବତା, ବାଲିର ପ୍ରତିମୂର୍ତ୍ତ, ସଂଗ୍ରହ, ଆବାକସ୍, କୀର୍ତ୍ତି ବା ସ୍ମୃତି ଚିହ୍ନ, ହାବିଟ୍, ଯୋଗ, ଗୀତା ପାଠ, ବେଦପାଠ, ଭାଗବତ ପାଠ, ବଡିବିଲଡ଼ିଙ୍କ, ରିଲ୍, ଆଲୋକ ଚିତ୍ର, ଭିଡ଼ିଓ ଗାଫ୍, ପ୍ରଯୁକ୍ତି ବିଦ୍ୟା, ରାଇମସ, ଇତିହାସ, ରୀତି, ଆସକ୍ତି ବା କଳ୍ପନା, ମୋବାଇଲ୍ ଆପ୍, ହାତ ତିଆରି, ଏ.ଆଇ ଏଜୁକେସନ, ଇନୋଭେସନ, ସୋଲୋ ନାଚ, ଗ୍ରୁପ୍ ନାଚ, ସାଜ୍ଞାନ, ଉଡ୍ ଆର୍ଟ, ଟିଏଲ୍ଏମ, ମୋଡେଲିଙ୍ଗ୍, ଗୀତ, କାରକ, ଚିତ୍ରାଙ୍କନ, ଭାଷଣ ଏବଂ ରଚନା ଆଦି ପ୍ରମୁଖ ପ୍ରତିଯୋଗିତା ଗୁଡ଼ିକ ଅନୁଷ୍ଠିତ ହୋଇଥିବା ବେଳେ, ଶିଶୁ ମାନେ ନିଜର ଇଚ୍ଛା ମୁତାବକ ଏକାଧିକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରାୟ ୧୦୦ ଜଣ ମୁଖ୍ୟ ବିଚାରକ ବିଭିନ୍ନ କେଟଗୋରୀ ଅନୁସାରେ ଶିଶୁଗଣଙ୍କ ମାର୍କ କରିଥିଲେ । 

ସେହିପରି ୧୨ ତାରିଖ ରବିବାର ଦିନ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ବିବେକାନନ୍ଦଙ୍କ ବାଣୀକୁ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟ ରଖି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସକାଳ ୫ଘ ସମୟରେ ସ୍ଥାନୀୟ ପାଣିଗ୍ରାହୀ ପେଣ୍ଠ ସ୍ଥିତ ମା ଦଣ୍ଡକାଳୀ ମନ୍ଦିରରେ ପୂଜାର୍ଚନା କରି ଏକ ମଶାଲ ଯାତ୍ରା ଆରମ୍ଭ ହୋଇଥିଲା । ଏହି ମଶାଲ ଶୋଭାଯାତ୍ରା ଶ୍ରୀ ବିବେକାନନ୍ଦ ବିଦ୍ୟା ମନ୍ଦିରରୁ ଆରମ୍ଭ ହୋଇ ମାଳୁଆଣୀ ମନ୍ଦିର ରାସ୍ତା ଦେଇ ପ୍ରହଲ୍ଲାଦ ନଗର ୧, ୨, ୩, ୪ ଗଳି ଗଣେଶ ନଗର ଦେଇ ଜଗବନ୍ଧୁ ସାହି ମଧ୍ୟ ଦେଇ ବାଲୁଙ୍କେଶ୍ୱର ମନ୍ଦିର ରୋଡ, ହରିଡ଼ାଖଣ୍ଡି ଛକ, ହରିଡ଼ାଖଣ୍ଡି ପୋଖରୀ ନିକଟସ୍ଥ ଲଷ୍ମୀନୃସିଂହ ସାହି, ଧର୍ମନଗର, ଶାନ୍ତିନଗର, ଲକ୍ଷ୍ମୀବିହାର ଦେଇ ଦ୍ୱାରିକା ନଗର ସ୍ଥିତ ବିଦ୍ୟାଳୟ ଖେଳ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ଶିଶୁଗଣଙ୍କ ଦ୍ୱାରା ବାଣୀର ସ୍ୱରଧ୍ଵନି ସହ ନୀତିବାଣୀ ଫ୍ଲାକ କାର୍ଡ ଧରି ପରିକ୍ରମଣ କରିବା ଫଳରେ ଶିଶୁ ମାନଙ୍କ ଦ୍ୱାରା ଭାଷଣ ସହ ସହର ପରିକ୍ରମା କାର୍ଯ୍ୟକ୍ରମ ବିଦ୍ୟାଳୟରେ ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଅତିଥି ରୂପେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ କର୍ପୋରେଟର ଏବଂ ସମାଜସେବୀ ମାନେ ସାମିଲ ଥିଲେ। 

ସେହିପରି ତୃତୀୟ ଦିବସ ତଥା ଉଦଯାପନୀ ସନ୍ଧ୍ୟାରେ ବିବେକାନନ୍ଦ ବିଦ୍ୟାମନ୍ଦିର ଶିଶୁ ଗଣଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନୋରଞ୍ଜନ ଦ୍ୟାନ ସାମନ୍ତରା ଚିକିଟି ବିଧାୟକ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ମିହିର ମହାରାଜ ରାମକୃଷ୍ଣ ମଠ ଭୁବନେଶ୍ୱର, ରାମଦାସ ମହାରାଜ ଚିଦାନନ୍ଦ ଆଶ୍ରମ, ଲିଙ୍ଗରାଜ ସ୍ୱାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ସାନଖେମୁଣ୍ଡି ଯୋଗଦାନ କରିବା ସହ ସମ୍ମାନିତ ଅତିଥି ଭାବେ ଶୁଶାନ୍ତ ସାବତ, ପ୍ରକାଶ ପଟ୍ଟନାୟକ, ଶୁଶାନ୍ତ ନାୟକ, ଆନନ୍ଦ ମହାକୁଡ଼, ଯୁବ ସାମ୍ବାଦିକ ଅଭିଜିତ କର ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ଶିଶୁ ମାନଙ୍କ ନିମନ୍ତେ ବକୃତା ପ୍ରବନ୍ଧ ଚିତ୍ରାଙ୍କନ ଭଳି ଅନେକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଶିଶୁ ମାନଙ୍କୁ ମାନପତ୍ର ଓ ସ୍ମୃତି ସ୍ମାରକୀ ପ୍ରଦାନ କରାଯାଇଥିଲା । ଉକ୍ତ ଦିନ ନରେନ ସାହିତ୍ୟ ସଂସଦ ଦ୍ୱାରା ୧୫୦ଜଣ କବି ଓ କବୟିତ୍ରୀ ମାନଙ୍କ ଦ୍ୱାରା କବିତା ପାଠ କରାଯାଇଥିଲା । ଏଥିରେ ଓଡ଼ିଆ ଭାଷାକୁ ଜୀବିତ ରଖିବା ସହ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପ୍ରତିବର୍ଷ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ଏହାସହ ଗଞ୍ଜାମ ଜିଲ୍ଲାର ୩୧୫ଜଣ ସିଆରସିସି, ୨୨ଜଣ ବିଡ଼ିଓ ଏବଂ ଗଂଜାମ ଖଲ୍ଲିକୋଟ ସମସ୍ତ କାର୍ଯ୍ୟରତ ସଦସ୍ୟ ମାନଙ୍କୁ ମଧ୍ୟ ବିସିଏଫ୍ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏନେଇ ସଭାପତି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଶିଶୁଗଣଙ୍କ ଲୁକାୟୀତ ପ୍ରତିଭା ଲୋକ ଲୋଚ଼ନକୁ ଆଣିବା ପାଇଁ ଉଦ୍ଦେଶ୍ୟ ରଖି ପ୍ରତିବର୍ଷ ଏହି ବିବେକାନନ୍ଦ ସଂସ୍କୃତି ମେଳା ଅନୁଷ୍ଠିତ ହେଉଛି। ଏହା ପ୍ରାୟ ୨୦ ବର୍ଷ ଧରି ପ୍ରତିବର୍ଷ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କର ବାଣୀକୁ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟ ରଖି ଅନୁଷ୍ଠିତ ହୋଇଆସୁଛି । ଶିଶୁଗଣ ତାଙ୍କ ନିଜ ଭିତରେ ଆତ୍ମବିଶ୍ୱାସ ଜାଗ୍ରତ କରି ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ପ୍ରୋସାହନ ଦିଆଯାଉଛି ବୋଲି ସଭାପତି ଶ୍ରୀ ତ୍ରିପାଠୀ ମତପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ମିହିର ରଞ୍ଜନ ତ୍ରିପାଠୀ ଓ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସୂଚାରୁ ରୂପେ ସମ୍ପାଦନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶେଷରେ କାର୍ତ୍ତିକ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଭି.ସି.ଏଫ୍ ର ସମସ୍ତ କର୍ମକର୍ତ୍ତା ମାନେ ପରିଚାଳନରେ ସହଯୋଗ କରିଥିଲେ ।

Type and hit Enter to search

Close