ରାଜ୍ୟସ୍ତରୀୟ ବକ୍ସିଂ ପ୍ରତିଯୋଗିତା ପାଇଁ ପୁରୁଷ ଓ ମହିଳା ବକ୍ସର ଚୟନ

 

ବ୍ରହ୍ମପୁର, ୧୮/୧ (ଅଭିଜିତ କର): ଆସନ୍ତା ୨୧/୦୧/୨୦୨୫ ଏବଂ ୨୨/୦୧/୨୦୨୫ ତାରିଖରେ ରାଉରକେଲା ଠାରେ ରାଜ୍ୟସ୍ତରୀୟ ବକ୍ସିଂ ୟୁଥ୍ ଓ ଜୁନିଅର ମହିଳା ଏବଂ ଜୁନିଅର ପୁରୁଷ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜିଲ୍ଲାସ୍ତରୀୟ ବକ୍ସିଂ ମହିଳା ଏବଂ ପୁରୁଷ ଚୟନ ଶିବିର ଶନିବାର ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। 

ଏହି ଚୟନ ଶିବିରରେ ପ୍ରାୟ ୪୦ଜଣ ବକ୍ସର ଯୋଗ ଦେଇଥିବା ବେଳେ, ସେଥିରୁ ୧୭ଜଣ ବକ୍ସର ରାଉରକେଲା ଠାରେ ରାଜ୍ୟସ୍ତରୀୟ ବକ୍ସିଂ ୟୁଥ୍ ଓ ଜୁନିଅର ମହିଳା ଏବଂ ଜୁନିଅର ପୁରୁଷ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ଗଞ୍ଜାମ ଜିଲ୍ଲା ଅଥଲେଟିକ ଆସୋସିଏସନର ସମ୍ପାଦକ ଜେ କାମେଶ୍ଵର ରାଓ ଏଵଂ ବକ୍ସିଂ ସମ୍ପାଦକ କେ ପ୍ରଭାକର ରାଓ ଏକ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି। ଏହି ପ୍ରତିଯୋଗିତାକୁ ଅନ୍ତର୍ଜାତୀୟ ରିଫେରି ତଥା ସ୍ଥାନୀୟ କୋଚ୍ ଶିଶିର କୁମାର ପାଣିଗ୍ରାହୀ, ରାଜ୍ୟ ରିଫେରି ଶିବରାମ ପାତ୍ର, ଲଡୁ କିଶୋର ସାହୁ, ବୁଲୁ ପାତ୍ର, ସୁମନ ଦାସ, ଅବିନାଶ ନାୟକ ପରିଚାଳନା କରିଥିଲେ ।

Share this post

Previous Post Next Post