Breaking News

ସାହାଯ୍ୟ ବାହାନାରେ ଯୁବତୀଙ୍କୁ ଅସଦାଚରଣ, ଆରପିଏଫ ଏଏସ୍ଆଇ ଗିରଫ

 

ବର୍ବରତାର ସୀମା ଟପିଲେ ASI । ପ୍ଲାଟଫର୍ମରେ ଯୁବତୀଙ୍କୁ ଏକା ପାଇଁ ସାଥିରେ ନେଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ଏଏସଆଇ । ସୁରକ୍ଷା ସ୍ଥାନରେ ଅସୁରକ୍ଷିତ ହୋଇଗଲେ ଯୁବତୀ । ସାହାଯ୍ୟ କରିବା ବାହାନାରେ ଘରେ କବାଟ ଦେଇ କଲେ ଅସଦାଚରଣ ।  ଅଭିଯୋଗ ପରେ ଗିରଫ ହେଲେ ଏଏସଆଇ । ଭୁବନେଶ୍ୱର ଆରପିଏଫ ଏଏସଆଇ ନିରଞ୍ଜନ ଜେନା ଗିରଫ ହୋଇଛନ୍ତି ।

୨ ଦିନ ପୁର୍ବରୁ ଟ୍ରେନ୍ ଆସି ଷ୍ଟେସନରେ ଓହ୍ଲେଇଥିଲେ ଜଣେ ଯୁବତୀ । ହଷ୍ଟେଲ ବନ୍ଦ ଥିବାରୁ ଆରପିଏଫ ଥାନାକୁ ଯାଇଥିଲେ ।  ସେଠାରେ ଏଏସଆଇ ନିରଞ୍ଜନ ଯୁବତୀଙ୍କୁ ରୁମରେ ରହିବା ପାଇଁ କହିଥିଲେ । ଯୁବତୀ ରୁମ୍ ଭିତରକୁ ଯିବାପରେ ନିରଞ୍ଜନ କବାଟ ବନ୍ଦ କରିଦେଇଥିଲେ । ବନ୍ଦ ଘର ଭିତରେ ଯୁବତୀଙ୍କୁ ଅସଦାଚରଣ କରିଥିଲେ ଏଏସଆଇ ।  ଯୁବତୀ ଭୟଭୀତ ହେଇ ପିସିଆରକୁ କଲ୍ କରିଥିଲେ ।  Pcr ଆସି ଯୁବତୀଙ୍କୁ ଉଦ୍ଧାର କରିଛି ।  ଜିଆରପି ଥାନାରେ ଅଭିଯୋଗ ପରେ ଏଏସଆଇ ନିରଞ୍ଜନକୁ ଗିରଫ କଲ ପୋଲିସ ।

Type and hit Enter to search

Close