Breaking News

କାଲିଠୁ ପୁଣି ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି ; ଅପରାହ୍ନ ୧୨: ୩୦ରୁ ସନ୍ଧ୍ୟା ୬ ଯାଏଁ ଚାଲିବ କାମ

 

ଆସନ୍ତାକାଲିଠାରୁ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ରତ୍ନଭଣ୍ଡାର ମରାମତି କାର୍ଯ୍ୟକ୍ରମ । ଭିତର ରତ୍ନଭଣ୍ଡାର ଏବଂ ବାହାର ରତ୍ନଭଣ୍ଡାରର ଚୂନ ଛଡାଇ ଦିଆସାରିଛି । ଚୂନ ଛଡାଯିବା ପରେ ପଥରର ପୃଷ୍ଠ ଏବେ ଦେଖାଗଲାଣି । ଅନେକ ପଥରର ଫାଟ ରହିଛି । ପଥର ପଥର  ଭିତରେ ଲୁହା  ଛଡରେ ଜଏଣ୍ଟ କରାଯାଇଥିବାରୁ ଲୁହା ଛଡ ଫୁଲିବା ଯୋଗୁଁ  ପଥରରେ ଫାଟ ହୋଇଛି । ଫାଟ ଯୋଗୁଁ ସମସ୍ତ ପଥର ପରିବର୍ତ୍ତନ  କରାଯିବ ପରେ  ଲୁହାବିମ ଗୁଡିକ କଳଙ୍କି ଲାଗିଯାଇଥିବାରୁ  ଜଗମୋହନ ବଳି ଷ୍ଟିଲ ବିମ ଲଗାଯିବ । ଭିତର ରତ୍ନ ଭଣ୍ଡାର ଏବଂ ବାହାର ରତ୍ନ ଭଣ୍ଡାର ସଂରକ୍ଷଣ କାଯ୍ୟ ଶେଷ ପରେ ବାହାର ପଟ ମରାମତି କରାଯିବ ।

Type and hit Enter to search

Close