• ଭାରତୀୟ କାର୍ଯ୍ୟପାଳିକା ବ୍ୟବସ୍ଥାକୁ ଡା ନରେନ୍ଦ୍ର ବେହେରାଙ୍କ ଡୋଣ୍ଟ କେୟାର ..!
ବ୍ରହ୍ମପୁର, ୬/୧ (ଅଭିଜିତ କର): ସହରର ବହୁ କାର୍ଯ୍ୟରତ ସାମ୍ବାଦିକ ମାନେ ସୋମବାର ଅପରାହ୍ନରେ ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତ କାର୍ଯ୍ୟାଳୟରେ ଆୟୁକ୍ତଙ୍କ ସଚିବଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ସେଥିରେ ଉଲ୍ଲେଖ ରହିଛି ଯେ, ଗତ ଶନିବାର ରାତିରେ ଅସ୍ଥିଶଲ୍ୟ ବିଭାଗର ଜଣେ ବରିଷ୍ଠ ଡାକ୍ତରଙ୍କ ବନ୍ଧୁଙ୍କ ଶିଶୁ ହଠାତ ଅସୁସ୍ଥ ହୋଇ ପଡିଥିଲେ, ସେନେଇ ଶିଶୁଟିର ଚିକିତ୍ସା ନିମନ୍ତେ ଏମକେସିଜି ମେଡ଼ିକାଲ ଶିଶୁ ବିଭାଗର ଆଶୁ ଚିକିତ୍ସା ବିଭାଗକୁ ବରିଷ୍ଠ ଡ଼ାକ୍ତର ଓ ତାଙ୍କ ବନ୍ଧୁ ଜଣକ ଆସିଥିଲେ। ଏହି ସମୟରେ ଗୁରୁତର ଶିଶୁଙ୍କୁ ବିଭାଗରେ ଉପଯୁକ୍ତ ଚିକିତ୍ସା ମିଳିନଥିବା ବେଳେ, ସେଠାରେ କେହି ବରିଷ୍ଠ ଡାକ୍ତର ମଧ୍ୟ ଉପସ୍ଥିତ ନଥିଲେ । ଯାହାକୁ ନେଇ ଅସ୍ଥିଶଲ୍ୟ ବିଭାଗର ବରିଷ୍ଠ ଡାକ୍ତର କାର୍ଯ୍ୟରେ ଥିବା ପିଜି ଡାକ୍ତରଙ୍କୁ ପଚାରିବା ସହ ଚିକିତ୍ସାରେ ଦେଖାଯାଇଥିବା ସମସ୍ୟା ସମ୍ପର୍କରେ କହିଥିଲେ । ଏହାପରେ ପିଜି ଛାତ୍ର ଜଣକ ବରିଷ୍ଠ ଡାକ୍ତରଙ୍କୁ ଦୁର୍ବ୍ଯବହାର କରିବାକୁ ପଛାଇ ନଥିଲେ। ଏଭଳି ଘଟଣା ପରେ ବରିଷ୍ଠ ଡାକ୍ତର ଜଣକ ନିଜର ପରିଚୟ ଦେଇଥିବା ପରେ ବି ପିଜି ଛାତ୍ରଙ୍କ ଦୁର୍ବ୍ଯବହାରର ଶିକାର ହୋଇଥିଲେ ।
ଯାହାକୁ ନେଇ ବରିଷ୍ଠ ଡାକ୍ତର ଜଣକ ଶିଶୁ ବିଭାଗର ମୁଖ୍ୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରିବା ସହ ଏମକେସିଳି ମେଡିକାଲର ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିବା ସୂଚନା ରହିଛି। ଏନେଇ ସେ ଡାକ୍ତର ଜଣକ ସାମ୍ବାଦିକ ମାନଙ୍କ ସହଯୋଗ ଆବଶ୍ୟକ କରିଥିଲେ, ଅଭିଯୋଗ ପାଇବା ପରେ ଜଣେ ସାମ୍ବାଦିକ ଉକ୍ତ ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା କରି ସତ୍ୟତା ଜାଣିବା ଫୋନରେ ଯୋଗାଯୋଗ କରିଥିଲେ। ତେବେ ଉକ୍ତ ଡାକ୍ତର ଜଣକ ପ୍ରତି ଉତ୍ତରରେ ସାମ୍ବାଦିକ ଜଣଙ୍କୁ ଦୁର୍ବ୍ୟବହାର କରି, "ତୁମ ସାମ୍ବାଦିକ ମାନଙ୍କୁ ସବୁ କଥା କାହିଁକି ପଡ଼ିଛି, ଆମ ମେଡିକାଲରେ କଣ ହେଲା ନ ହେଲେ ତାହା ଆମେ ବୁଝିବୁ, ତୁମେ ସବୁ କାହିଁକି ଏହି ଭିତରେ ମୁଣ୍ଡ ଖେଳାଉଛ" ବୋଲି କହିଥିଲେ। ତେବେ ଜଣେ ବରିଷ୍ଠ ଡ଼ାକ୍ତର ହୋଇ ଜଣେ ସାମ୍ବାଦିକଙ୍କୁ ଏହି ଭଳି କହିବା ଓ ଘଟଣା ସମ୍ପର୍କରେ ପ୍ରଶ୍ନ କରିଥିବା ବେଳେ, "ତୁମ ହାତରେ କଣ ହବ କର - ଆଇ ଡୋଣ୍ଟ କେୟାର" ବୋଲି କହିଥିଲେ।
ତେବେ ଏହା କେତେ ଦୂର ଉଚିତ୍ ତାହା ଆର୍ଡିସି ମହୋଦୟ ଆପଣ ବିଚାର କରିବେ ବୋଲି ଆଜି ବହୁ ସାମ୍ବାଦିକ ମାନେ ଏକ ସ୍ମାରକ ପତ୍ର ପ୍ରଦାନ କରି ଏହି ଘଟଣାର ପ୍ରତିକାର ସ୍ୱରୂପ ଓ ଆଗାମୀ ଦିନରେ ଉକ୍ତ ଘଟଣାର ପୁନରାବୃତ୍ତି ନହେବା ପାଇଁ ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରଶ୍ମିତା ପାଣିଗ୍ରାହୀ, ବିକେ ବିଶାରଦ, ସାରା ମିଶ୍ର, ଗୋପାଳ ରେଡ୍ଡୀ (ଯୁଗ୍ମ ସମ୍ପାଦକ ପିସିବି), ଜଗନ୍ନାଥ ପାଣିଗ୍ରାହୀ, ପ୍ରଶାନ୍ତ ଦାସ, ମନୋରଞ୍ଜନ ଦଳାଇ, ଶକ୍ତିଧର ରାଜଗୁରୁ, ଶୁଭେନ୍ଦୁ ଦାସ, ମନୋଜ ପଣ୍ଡା, ଅଭୟ ପାଢ଼ୀ (ଉପ ସଭାପତି ପିସିବି), ମୃତୁଞ୍ଜୟ ସାହୁ, ଲୀକୁ ଡାକୁଆ, ଜଗନ୍ନାଥ ପଣ୍ଡା, ଅଭିଜିତ କର, ନରସିଂହ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।
Social Footer