ନକଲି ଟାୟାର ଗୋଦାମ ଠାବ: ଗୋଦାମ ସିଲ୍, ମାଲିକ ଗିରଫ

 

କଟକରୁ ପୁଣି ନକଲି ମାଲ୍ ଜବତ।କଟକ ଜଗତପୁର ଅଞ୍ଚଳରେ ଟାୟାର ଗୋଦାମ ଉପରେ ପୋଲିସର ଚଢାଉ। ବିଭିନ୍ନ ନାମୀ କମ୍ପାନୀର ନକଲି ଟାୟାର ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ବିଭିନ୍ନ କମ୍ପାନୀର ଟାୟାରକୁ ନକଲ ଲେବଲ୍ ଲଗାଇ ଉତ୍କଳ ଡିଷ୍ଟ୍ରିବ୍ୟୁଟର ନାମକ ଏକ ଗୋଦାମ ବିକ୍ରୀ କରୁଥିବା ଜଣାପଡିଛି। ବେନାମୀ କମ୍ପାନୀର ଟାୟାରରେ ନକଲି ଲେବଲ୍ ଲଗାଇ ବିକ୍ରି ପାଇଁ ପଠାଯାଉଥିଲା। ସୂଚନା ଅନୁଯାୟୀ ହିନ୍ଦୁସ୍ଥାନ ଟାୟାର କମ୍ପାନୀ ନାମରେ ଟାୟାର ବିକ୍ରି ହେଉଥିବା ଅଭିଯୋଗ ହେବା ପରେ ଗୋଦାମ ସିଲ୍ କରିବା ସହ ମାଲିକଙ୍କୁ ଅଟକ ରଖିଛି ଜଗତପୁର ଥାନା ପୋଲିସ୍।

Share this post

Previous Post Next Post