ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଡା ସୁରକ୍ଷାରେ ଭୁବନେଶ୍ୱର

 

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜିଠୁ ତିନିଦିନ ଧରି ଆୟୋଜିତ ହେବ ପ୍ରବାସୀ ଭାରତୀୟ ସମ୍ମେଳନ। ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ସେଥିପାଇଁ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଆଗମନ ଓ ପ୍ରବାସୀଙ୍କ ଆଗମନ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଭୁବନେଶ୍ୱରର ଜନତା ମୈଦାନରେ ଏହି ସମ୍ମେଳନର ଆୟୋଜନ କରାଯାଇଛି। ବିଭିନ୍ନ କଳାକୃତି ଓ ଓଡ଼ିଶାର ଐତିହ୍ୟ, ପରମ୍ପରାକୁ ଏଥିରେ ସ୍ଥାନ ଦିଆଯାଇଛି। ପ୍ରାୟ ୭୦ରୁ ଅଧିକ ଦେଶରୁ ପ୍ରବାସୀମାନେ ଏହି ସମ୍ମେଳନରେ ଯୋଗଦେବେ। ପ୍ରବାସୀଙ୍କୁ ଆକୃଷ୍ଟ କରିବା ପାଇଁ ଭୁବନେଶ୍ୱରକୁ ଆଲୋକମାଳାରେ ସଜାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗମନ ପାଇଁ ସବୁଠି ସୁରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Share this post

Previous Post Next Post