Breaking News

ବିଶୃଙ୍ଖଳିତ ଆଚରଣ ପଡ଼ିଲା ମହଙ୍ଗା, ୪ ପୋଲିସ କର୍ମଚାରୀ ନିଲମ୍ବିତ

 

୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ନୟାଗଡ଼ ଏସ୍‌ପି ଏସ. ସୁଶ୍ରୀ। ବିଶୃଙ୍ଖଳିତ ଆଚରଣ ପାଇଁ ଶୁକ୍ରବାର ନୟାଗଡ଼ ରିଜର୍ଭ ପୁଲିସର ୩ ଜଣ ହାବିଲଦାର ଓ ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ହୋଇଥିବା ୪ ପୁଲିସ କର୍ମଚାରୀ ହେଉଛନ୍ତି ଦିଲ୍ଲୀପ ବେହେରା, ମୁନା ବେହେରା, ସଞ୍ଜୟ ମହାପାତ୍ର, ଦୁର୍ଗା ମାଧବ ଦୋରା ।।

ସୂଚନା ଅନୁସାରେ, ଗତ ୩୧ ତାରିଖ ରାତିରେ ନୟାଗଡ଼ ସହର ମଧ୍ୟରେ ପୁଲିସ ହାବିଲଦାର ଓ କନେଷ୍ଟବଳ ସଂଘର ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷରୁ ଟାଉନ ଥାନାରେ ଦୁଇଟି ଏତଲା ହୋଇଥିଲା। ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ଶୃଙ୍ଖଳା ବିଭାଗରେ ବିଶୃଙ୍ଖଳିତ ଆଚରଣ ପାଇଁ ନୟାଗଡ଼ ଏସପି ଆଜି ୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Type and hit Enter to search

Close