ସୁଭଦ୍ରା ଯୋଜନାକୁ ନେଇ ଆସିଲା ଚାଞ୍ଚଲ୍ୟ ଖବର । ଯୋଜନାରେ ମହିଳାମାନେ ଆବେଦନ କରୁଥିବାବେଳେ ବର୍ତ୍ତମାନ ପୁରୁଷ ମାନେ ବି ଆବେଦନ କରିଛନ୍ତି । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ସୁଭଦ୍ରା ଯୋଜନା ପାଇଁ ରାଜ୍ୟର ୧୫୭ ଜଣ ପୁରୁଷ କରିଛନ୍ତି ଆବେଦନ ।
ଏହା ମଧ୍ୟ କହିଛନ୍ତି ଯେ ଆଧାର କାର୍ଡର ଯେତେବେଳେ ବ୍ୟାଙ୍କ ଲିଙ୍କ ଡାଟା ଆସିଲା ସେତେବେଳେ ଏ ତଥ୍ୟ ସାମ୍ନାକୁ ଆସିଲା । ବେଳେବେଳେ ପୁଅ ନାଁ ଓ ଝିଅ ନାଁ ଏକା ଭଳି ଥାଏ । ସେମାନେ ତ୍ରୃଟିରେ ଆବେଦନ କରିଦେଇଥିବେ କିନ୍ତୁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି ।
ଅନ୍ୟପଟେ ରାଜ୍ୟ ବାହାରେ ଥିଲେ ବି ସୁଭଦ୍ରା ପାଇପାରିବେ, ଆବେଦନ କରନ୍ତୁ। ଗଞ୍ଜାମ , ଦେବଗଡ ଏବଂ ପଶ୍ଚିମ ଓଡିଶାର ବହୁ ମହିଳା ରାଜ୍ୟ ବାହାରେ ଅଛନ୍ତି। ପ୍ରବାସୀ ମହିଳା ମାନେ କିପରି ସୁଭଦ୍ରା ଟଙ୍କା ପାଇବେ , ସେ ନେଇ ସରକାର ଚେଷ୍ଟା କରୁଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଚଳିତ ମାସ ଶେଷ ସପ୍ତାହରେ ସୁଭଦ୍ରା ପ୍ରଥମ ପର୍ଯ୍ୟାୟର ୪ର୍ଥ କିସ୍ତି ମହିଳାମାନଙ୍କୁ ମିଳିବ । ପାଖାପାଖି ୨୦ ଲକ୍ଷ ମହିଳା ଏହାଦ୍ୱାରା ଉପକୃତ ହେବେ ।
Social Footer