Breaking News

ମହାଙ୍ଗା ଡବଲ ମର୍ଡର ମାମଲା ; ବଢିଲା ପ୍ରତାପଙ୍କ ଅଡୁଆ, ୪ ସପ୍ତାହରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

 

ପୁଣି ବଢିପାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡ଼ୁଆ । ସର୍ବୋଚ୍ଚ ଅଦାଲତରେ ପହଁଚିଛି ମାହାଙ୍ଗା ଡବଲ ମର୍ଡର ମାମଲା । ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବିଶ୍ୱାଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୪ ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବାକୁ ମାନ୍ୟବର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । 

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର୍ ମାମଲାରେ ମୃତ କୁଳମଣୀ ବରାଳଙ୍କ ପରିବାର ଓଡ଼ିଶା ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କୁଳମଣୀଙ୍କ ପୁଅ ରଞ୍ଜିତ ବରାଳ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିବାବେଳେ ମାମଲାର ବିଚାର ପାଇଁ କୋର୍ଟ ଗ୍ରହଣ କରିଛନ୍ତି । ନ୍ୟାୟାଧୀଶ ବିକ୍ରମ ନାଥ ଏବଂ ନ୍ୟାୟାଧୀଶ ସନ୍ଦୀପ ମେହଟାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ମାନ୍ୟବର ଅଦାଲତ । ଏଥିପାଇଁ ୪ ସପ୍ତାହର ମହଲତ ଦେଇଛନ୍ତି । ଏହି ଅବଧି ମଧ୍ୟରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରତାପ ଜେନାଙ୍କୁ ହାଇକୋର୍ଟ କ୍ଲିନ୍ ଚିଟ୍ ପ୍ରଦାନ କରିଥିଲେ ।

Type and hit Enter to search

Close