Breaking News

କଡ଼ା ସୁରକ୍ଷାରେ ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି

 

ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ହୁଣ୍ଡି  ଖୋଲାଯାଇଛି। ଏହି ଗଣତିରେ ୨୦୦ ମହିଳା ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୁଣ୍ଡି ଖୋଲାଯାଇ ଗଣତି କରାଯାଉଛି । ୬ ମାସ ପରେ ମା’ ମଝିଘରିଆଣୀଙ୍କ ହୁଣ୍ଡି  ଖୋଲାଯାଇଛି। ମନ୍ଦିରର ୯ଟି ଦାନ ହୁଣ୍ଡି ଖୋଲାଯାଇ ଗଣତି କରାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଓ ବାହାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ଗଣନା କାର୍ଯ୍ୟରେ ସ୍ଥାନୀୟ ତହସିଲଦାର ମଧ୍ୟ ସାମିଲ ହୋଇଛନ୍ତି । ସମସ୍ତେ ଆନନ୍ଦ ମନରେ ମା'ଙ୍କ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।  ଗଣତି ଶେଷ ପରେ ସମସ୍ତ ଦାନ ଟଙ୍କାକୁ ବ୍ୟାଙ୍କରେ ଡିପୋଜିଟ୍‌ କରାଯିବ ବୋଲି ସୂଚନା ମିଳିଛି । 

ସୂଚନା ଅନୁସାରେ, ୬ ମାସ ତଳେ ଦାନ ହୁଣ୍ଡିରୁ ସମୁଦାୟ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା, ସୁନା ୫୩ ଗ୍ରାମ, ରୂପା ୨ କେଜି ୩୯୨ ଗ୍ରାମ ସହ ୩୩ଟି ବିଦେଶୀ ମୁଦ୍ରା ମିଳିଥିଲା । ମା’ ମଝିଘରିଆଣୀଙ୍କୁ ଦର୍ଶନ କରିବା ପାଇଁ କାହିଁ କେଉଁ ଆଡୁ ଭକ୍ତମାନେ ଧାଇଁ ଆସିଥାନ୍ତି । ଭକ୍ତଙ୍କର ବିଶ୍ୱାସ ରହିଛି, ମା' ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।

Type and hit Enter to search

Close