ମାଓବାଦୀଙ୍କୁ ସମୂଳେ ନିପାତ କରିବାକୁ ସୁରକ୍ଷାବାହିନୀର ଅଭିଯାନ ଜାରି ରହିଛି । ଛତିଶଗଡ଼ ଓ ଓଡ଼ିଶା ପୋଲିସ ମିଳିତ ଅପରେସନରେ ଟଳିଛନ୍ତି ୩ ମାଓବାଦୀ । ଏହା ସହିତ ୫ ଅସ୍ତ୍ର ଜବତ କରାଯାଇଛି । ଗୁରୁବାର ମଧ୍ୟ ରାତିରେ ନୂଆପଡ଼ା ଜିଲ୍ଲାର ସୀମା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଏସଓଜି ଟିମ୍, ସ୍ପେଶିଆଲ୍ ଫୋର୍ସ ଓ ସିଆରପିଏଫ୍ ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା ।
ଆତଙ୍ଗ ଜଙ୍ଗଳରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଲାଲବାହିନୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିପାତ ହୋଇଥିବା ଜଣା ପଡ଼ିଛି । ଏହା ସହିତ ଘଟଣାସ୍ଥଳରୁ ୫ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏହା ପରେ ମଧ୍ୟ ଗୁଳି ବିନିମୟ ଜାରି ରହିଛି ।
Social Footer