ସରକାରଙ୍କ କାର୍ଯ୍ୟାନୁଷ୍ଠାନ : କାର୍ଯ୍ୟରେ ଅବହେଳା ପାଇଁ ବିଦା ହେଲେ ପୌରାଧ୍ୟକ୍ଷା

 

ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ ପଦଚ୍ୟୁତ ହୋଇଛନ୍ତି। ଶାନ୍ତିମଞ୍ଜରୀ ଦେଇ ଅଯୋଗ୍ୟ ଘୋଷିତ ହେବା ସହ ତାଙ୍କୁ ତତ୍କାଳ କାର୍ଯ୍ୟରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଶାନ୍ତିମଞ୍ଜରୀ ଦେଇଙ୍କୁ ବହିଷ୍କାର କଲେ ସରକାର। ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି। ରାଜ୍ୟପାଳଙ୍କ ଆଦେଶ ଅନୁଯାୟୀ ଚିଠି ଜାରି କରାଯାଇଛି।

କାର୍ଯ୍ୟରେ ଅବହେଳା ପାଇଁ ଅଧ୍ୟକ୍ଷ ପଦରୁ ବହିଷ୍କୃତ ହୋଇଛନ୍ତି। ଦେଓଗଡ଼ ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁସାରେ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀଙ୍କ ବିରୁଦ୍ଧରେ ବିଭିନ୍ନ ଅନିୟମିତତା ଅଭିଯୋଗ ରହିଥିଲା। ଅଭିଯୋଗ ଆଧାରରେ ରାଜ୍ୟ ସରକାର ଗତ ନଭେମ୍ବର ୧୧ ତାରିଖରେ ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେନେଇ ନୋଟିସ ଜାରି କରିଥିଲେ।

ସେହିପରି ପୌର ପରିଷଦ ଅଧ୍ୟକ୍ଷା ଜାଣିଶୁଣି ନୀତି ନିୟମ ଏବଂ ଆଇନ ଉଲ୍ଲଙ୍ଘନ କରିବା ସହ ଗାଇଡଲାଇନକୁ ଅମାନ୍ୟ କରିଥିବା ରାଜ୍ୟ ସରକାର ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟରୁ ଅନୁଭବ କରିଥିଲେ। ଫଳରେ ତାଙ୍କ ବିରୁଦ୍ଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ଅପସାରଣ କରାଯାଇଥିବା ଜଣାପଡ଼ିଛି।

Share this post

Previous Post Next Post