Breaking News

କାରକୁ ପଛରୁ ପିଟିଲା ହାଇୱା: ଦୁର୍ଘଟଣାରେ ୨ ବିଜେପି ନେତାଙ୍କ ମୃତ୍ୟୁ

 

ସମ୍ବଲପୁର – ବରଗଡ  ଜାତୀୟ   ରାଜପଥର  କଣ୍ଟାପାଲି ଓଭରବ୍ରିଜ ନିକଟରେ  ଶନିବାର ବିଳମ୍ବିତ ରାତିରେ   ଏକ କାରକୁ ହାଇୱା ଧକ୍କା ଦେବାରୁ  ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୪ ଜଣ ଆହତ ହୋଇଛନ୍ତି । ମୃତକ ଦ୍ୱୟ ବିଜପେି କର୍ମୀ । ସେମାନେ ହେଉଛନ୍ତି ଦଳର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ। ଉଭୟେ କୌଣସି କାମରେ  ଭୁବନେଶ୍ୱର ଯାଇଥିଲେ ।  

ସେମାନେ ଟ୍ରେନ ଯୋଗେ  ଘରକୁ ଫେରୁଥିବା ବେଳେ   କଣ୍ଟାପାଲି ଓଭର ବ୍ରିଜ ନିକଟରେ  ଏକ ହାଇୱା ସେମାନଙ୍କୁ  ପଛରୁ ଧକ୍କା ଦେଇଥିଲା ।   ହାଇୱା ଧକ୍କାରେ କାରଟି ଓଲଟି ପଡିଥିଲା ।  ଘଟଣାସ୍ଥଳରେ  ଉଭୟଙ୍କ ମୃତ୍ୟୁ ହୋଇଛି । ଡ୍ରାଇଭରଙ୍କ ସମେତ ୪ ଆହତଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାଇୱାକୁ ଜବତ କରିଛି । ଡ୍ରାଇଭରକୁ ଅଟକ ରଖିଛି ।

Type and hit Enter to search

Close