କୁହୁଡି ହେଲା କାଳ । ଖୋର୍ଦ୍ଧା ମୁକ୍ତାପୁର ଅଂଚଳର ୪ ଜଣ ସାଙ୍ଗ କାରରେ କୋଣାର୍କ ବୁଲିବାକୁ ଯାଉଥିବା ସମୟରେ ଏକ ଅଘଟଣ ଘଟିଯାଇଛି । ଲୋଟସ ଛକ ନିକଟରେ ବାଟରେ ତଳକୁ ଖସି କାରଟି ସମ୍ପୂର୍ଣ୍ଣ ଜଳିଯାଇଛି ।
ସୂଚନା ଅନୁସାରେ ମଙ୍ଗଳବାର ସକାଳୁ ୪ ଜଣ ସାଙ୍ଗ କାରରେ କୋଣାର୍କ ବୁଲିବାକୁ ଯାଇଥିଲେ । ଏହି ସମୟରେ ପ୍ରବଳ କୁହୁଡି ହୋଇଥିବା ଯୋଗୁଁ କାରକୁ ହାଇୱା ଧକ୍କା ଦେଇଥିଲା । ଫଳରେ କାରଟି ରାସ୍ତାରୁ ତଳକୁ ଖସି ପଡି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ ଗାଡିରେ ଥିବା ୪ ଜଣଙ୍କୁ ପ୍ରଥମେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗରୁତର ହେବାରୁ ପରେ ସମସ୍ତଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।
Social Footer