Breaking News

ରାଜ୍ୟରେ ଆଜିଠୁ ବିଦେଶାଗକ ପକ୍ଷୀଗଣନା ଜାରି

 

ରାଜ୍ୟରେ ଆଜିଠୁ ପକ୍ଷୀ ଗଣନା  ଆରମ୍ଭ ହୋଇଯାଇଛି । ରାଜ୍ୟରେ ପ୍ରଥମ ଥର ପାଇଁ ୫୨ଟି ବନଖଣ୍ଡରେ ଏକକାଳୀନ ପକ୍ଷୀ ଗଣନା କରାଯାଉଛି । ଚିଲିକା, ଭିତରକନିକା ଓ ହୀରାକୁଦକୁ ବେଶି ଗୁରୁତ୍ୱ ଦିଆଯାଇଛି କାରଣ ୩ଟି ସ୍ଥାନକୁ ସର୍ବାଧିକ ପକ୍ଷୀ ଦେଖାଯାନ୍ତି ।

ତେବେ ଏହି ପକ୍ଷୀ ଗଣନାରେ ଚିଲିକାରେ ୨୧ଟି ଟିମ୍, ହୀରାକୁଦରେ ୩୨ଟି ଟିମ୍ ଓ ଭିତରକନିକାରେ ୧୮ଟି ଗ୍ରୁପ ନିୟୋଜିତ ହୋଇଛନ୍ତି । ସେହିପରି ପୁରୀ ବନ୍ୟପ୍ରାଣୀ ଡିଭିଜନରେ ୨୫ଟି ଟିମ୍, ବଣାଇ ଡିଭିଜନ୍‌ର ୭ଟି ରେଂଜରେ ୧୮ ଟିମ୍, କୋରାପୁଟ ବନାଞ୍ଚଳର ୫ଟି ରେଂଜରେ ୫ଟି ଟିମ୍‌ ଦ୍ବାରା ପକ୍ଷୀଗଣନା କରାଯାଉଛି । ପ୍ରତି ଗ୍ରୁପରେ ପକ୍ଷୀ ବିଶେଷଜ୍ଞ, ବନ କର୍ମଚାରୀଙ୍କ ସମେତ ୫-୬ ଜଣ ସଦସ୍ୟ ରହିଛନ୍ତି । ୨୦୨୪ରେ ୭ଟି ରେଞ୍ଜରେ ୩୨ ପ୍ରକାର ପକ୍ଷୀ ଚିହ୍ନଟ କରାଯାଇଥିଲା । ତେବେ ଦେଖିବାକୁ ବାକି ରହିଲା ଚଳିତ ବର୍ଷ ଅଧିକ ପକ୍ଷୀ ହେବେ ନା କମ୍ ।

Type and hit Enter to search

Close