ଆଜିଠୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା, ଜାନୁଆରୀ ୧୨ ତାରିଖ ଯାଏଁ ଚାଲିବ

 

ଗୁରୁବାରଠାରୁ ରାଜ୍ୟରେ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି । ୧୭୫୧ କେନ୍ଦ୍ରରେ ସମସ୍ତ ବିଭାଗରେ ୨ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଆସନ୍ତା ଜାନୁଆରୀ ୧୨ ତାରିଖ ପର‌୍ୟ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ଚାଲିବ । ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଁଚିବାକୁ ନିୟମ ରହିଛି ।  ୬୦ ମାର୍କ, ୫୦ ମାର୍କ ଓ ୩୦ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ ବିଷୟ ଲାଗି ୩ଘଣ୍ଟା ଏବଂ ୧୫ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଦୁଇ ଘଣ୍ଟା ଅବଧି ରହିଛି। 

ବିଜ୍ଞାନ ବିଭାଗର ୧୨, କଳା ବିଭାଗର ୮, ବାଣିଜ୍ୟ ବିଭାଗର ୨, ଧନ୍ଦାମୂଳକ ବିଭାଗର ୧୦ରୁ ଅଧିକ ବିଷୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ । ପରୀକ୍ଷା ଶେଷ ହେବା ପରେ ଜାନୁଆରୀ ୧୦ରୁ ୨୫ ତାରିଖ ମଧ୍ୟରେ ଇଣ୍ଟରନାଲ ଆସେସମେଣ୍ଟ ଓ ପ୍ରାକ୍ଟିକାଲ ପରୀକ୍ଷା ମାର୍କ ସାମସ ପୋର୍ଟାଲରେ ଅପଲୋଡ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି ।

Share this post

Previous Post Next Post