ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଫୁଡ ବ୍ଲଗର ସୋନାଲିଙ୍କ ମୃତଦେହ

 

ରାଜଧାନୀ ଭୁବନେଶ୍ୱରରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ହଷ୍ଟେଲରୁ ଜଣେ ଯୁବତୀଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ଜଣକ ସୋନାଲି ସଂଘମିତ୍ରା ପରିଡ଼ା । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଥିବା ଏକ ହଷ୍ଟେଲରେ ସୋନାଲି ସଂଘମିତ୍ରା ପରିଡ଼ା ରହୁଥିଲେ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ବୋଲି ଜଣାପଡିଛି। 

ସୋନାଲି ସଂଘମିତ୍ର ଜଣେ  ଫୁଡ ବ୍ଲଗର ଭାବେ ସୋଶାଲ ମିଡିଆରେ ପରିଚିତ ମଧ୍ୟ ଥିଲେ। କିନ୍ତୁ ଆଜି ସକାଳୁ ପୋଲିସ ହଷ୍ଟେଲରୁ ସୋନାଲି ସଂଘମିତ୍ରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ପରିବାର ଲୋକଙ୍କ ଉପସ୍ଥିତିରେ ଇନଫୋସିଟି ଥାନା ପୋଲିସ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । କିନ୍ତୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ସହ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାସ୍ଥଳରେ ଯାଞ୍ଚ କରୁଛନ୍ତି ।

Share this post

Previous Post Next Post