ଏମ୍ସରେ ଜୀବନ ହାରିଲେ ରୋଗୀ, ଅର୍ଥୋପେଡ଼ିକ ବିଭାଗ ୱାର୍ଡ ଭିତରୁ ମୃତଦେହ ଉଦ୍ଧାର

 

ଭୁବନେଶ୍ୱର ଏମ୍ସ ହସ୍ପିଟାଲ ରୁ ଆସିଛି ଏକ ଅଭାବନୀୟ ଘଟଣା । ହାପିଟାଲ ରେ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ତେବେ ହସ୍ପିଟାଲ ଭିତରେ ସମସ୍ତେ ଥିବା ବେଳେ ଆତ୍ମହତ୍ୟା କଲେ ସୁଦ୍ଧା କେମିତି କେହି ଜାଣିପାରିଲେଣି ଏ ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି । ଫ୍ୟାନରେ ଗାମୁଛା ଲଗାଇ ଝୁଲିପଡିଲେ ବୃଦ୍ଧ । 

ଶୋଉଥିବା ବେଡ଼ ରେ ଛିଡା ହୋଇ ଫ୍ୟାନ ରେ ଝୁଲି ପଡିଲେ ବୃଦ୍ଧ । ମୃତକ ହେଉଛନ୍ତି ଯାଜପୁର ଜିଲ୍ଲା ୭୦ ବର୍ଷୀୟ ଦିଲ୍ଲୀପ ସାହୁ । ତେବେ କିଛି ଦିନ ହେବ ଅର୍ଥୋପେଡିକ ବିଭାଗ ରେ ଚିକିତ୍ସିତ ଥିଲେ । ମେଡିକାଲ ରେ ରୋଗୀଙ୍କ ଆତ୍ମହତ୍ୟାକୁ ନେଇ ଉଠିଲା ପ୍ରଶ୍ନ । କର୍ମଚାରୀ , ନର୍ସ ଓ ସିକ୍ୟୁରିଟି ଗାର୍ଡ ସତ୍ୱେ କେମିତି କଲେ ଆତ୍ମହତ୍ୟା ?

Share this post with your friends

Prev Post Next Post