• ଅଜ୍ଞାନୀ କର୍ପୋରେଟର ଗୋଷ୍ଠୀଙ୍କ ଜ୍ଞାନୀ କତୃପକ୍ଷଙ୍କୁ ପୁଣି ୬ଟି ପ୍ରଶ୍ନବାଣ
• ପୂର୍ବ ନିଷ୍ପତି ଓ ନିୟମକୁ ପୁଣି ବିଚାର କରି ଜନତାଙ୍କ ସ୍ୱାର୍ଥରେ କାର୍ଯ୍ୟ କରିବାକୁ ଦାବି
ବ୍ରହ୍ମପୁର, ୯/୧୨ (ଅଭିଜିତ କର): ଗତ କିଛି ଦିନ ଧରି ବ୍ରହ୍ମପୁର ମହାନଗର ନିଗମ କତୃପକ୍ଷଙ୍କୁ ନିଗମ ଦ୍ଵାରା କୃତ କିଛି ଜନ ହିତକର କାର୍ଯ୍ୟରେ ଅନିୟମିତତା ନେଇ ନିଗମର କିଛି ଅସନ୍ତୁଷ୍ଟ କର୍ପୋରେଟର ନିଗମ ବିରୋଧରେ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉ କି, ରାମଲିଙ୍ଗେଶ୍ଵର ଉଦ୍ୟାନ ଜମି ଅଧିଗ୍ରହଣ ଓ ଏଗ୍ରିମେଣ୍ଟ ବାବଦରେ ଅବୈଧ ରୂପେ ଟଙ୍କା ପ୍ରଦାନକୁ ନେଇ ନିଗମର ମେୟର ଓ କମିଶନର ଏବଂ କିଛି ଅସନ୍ତୁଷ୍ଟ କର୍ପୋରେଟର ଗୋଷ୍ଠୀ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଜାରି ରହିଛି। ଏନେଇ ଅସନ୍ତୁଷ୍ଟ କର୍ପୋରେଟର ଗୋଷ୍ଠୀ ଗଣମାଧ୍ୟମ ଦ୍ଵାରା କତୃପକ୍ଷଙ୍କୁ ଏହି ପରିପ୍ରେକ୍ଷୀରେ ପ୍ରଶ୍ନ କରିଥିବା ବେଳେ, କତୃପକ୍ଷଙ୍କୁ ପକ୍ଷରୁ ସନ୍ତୁଷ୍ଟ ଜନକ ଉତ୍ତର ମିଳି ନଥିବା ସହ ସଠିକ୍ ପ୍ରମାଣ ଓ ଦଲିଲ ନଥିବା ଅଭିଯୋଗ ହୋଇଛି । ଏମିତି କି ଏହି ଘଟଣାରେ କିଛି ରକମର ବେନିୟମ ରୂପେ ଦୁର୍ନୀତି ଜଡ଼ିତ ରହିଥିବା ମଧ୍ୟ କର୍ପୋରେଟର ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଅଭିଯୋଗ କରିଥିଲେ ।
ଏହି ସମ୍ପର୍କରେ ନିଗମ ମେୟର ଉକ୍ତ ଅସନ୍ତୁଷ୍ଟ କର୍ପୋରେଟର ମାନଙ୍କୁ ଅଜ୍ଞାନୀ ବୋଲି ସମ୍ବୋଧନ କରିଥିବା ବେଳେ, ନିଗମ କମିଶନର ପ୍ରତିକ୍ରିୟା ରଖିଛନ୍ତି ଯେ, ବିଭାଗୀୟ ନିୟମ ଅନୁସାରେ ସରକାରୀ ବ୍ୟବସ୍ଥାର ସୀମା ଭିତରେ ରହି ସମସ୍ତ କାର୍ଯ୍ୟ ହୋଇଛି । ସେନେଇ ଆଜି ପୁଣି ଅସନ୍ତୁଷ୍ଟ କର୍ପୋରେଟର ଗୋଷ୍ଠୀ ସମ୍ପୃକ୍ତ ମେୟର ଏବଂ କମିଶନରଙ୍କ ପ୍ରତିକ୍ରିୟାର ଉତ୍ତରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସତ୍ୟ ନାରାୟଣପୁର ମୌଜାରେ ରାମଲିଙ୍ଗମ୍ ବନ୍ଧ ସହିତ ମନ୍ଦିର ଯାହାର ଖତିୟାନ ନଂ ୬୨. ଶ୍ରୀ ରାମଲିଙ୍ଗେଶ୍ଵର ବିଜେ ନିଜ ଗାଁ ନାମରେ ରେକର୍ଡ ଭୁକ୍ତ ଭୂସମ୍ପତି ମଧ୍ୟରୁ ପ୍ଲଟ୍ ନଂ ୧୭୧, ୧୭୫, ୧୭୬, ୬୬୧, ୬୬୨, ୧୬୬/୫୪୬ ଓ ୧୭୪ ସଂପୂର୍ଣ ୭ଟି ପ୍ଲଟ ମୋଟ ରକବା ଏ.୯.୯୩୧ ଡେସିମିଲ, ତହିଁରୁ BeMC ଅଧିନରେ ରହିଥିବା ଉଦ୍ୟାନ ପ୍ଲଟ୍ ନଂ ୧୭୫ ଏରିଆ ଏ୭.୩୪୪, ୧୭୬ ଏରିଆ ଏ.୦.୩୧୩ ଡେସିମିଲ୍ ଓ ୬୬୧ରେ ଏରିଆ ଏ୦.୦୫୬ ତେସିମିଲ୍ ସଂପୂର୍ଣ ଲିଜ୍ ଏରିଆ ଏ.୭.୭୧୩ ଡେସିମିଲ, ଏହା ସହିତ C.D.P., Map ରେ ଏସବୁ ଦେଖନ୍ତୁ କେଉଁଠି ବ୍ୟକ୍ତିଗତ ଜମି | ରହିଛି ତାହା ତଦନ୍ତ କରନ୍ତୁ ।
ସେହିପରି ରାଜ୍ୟ ସରକାରଙ୍କ ଉଦ୍ୟମରେ ହୋଇଥିବା ଏହି ଉଦ୍ୟାନ ପବ୍ଲିକ୍ ପାଣ୍ଠିରୁ ହୋଇଛି, ଏହାର ଆୟ ମଧ୍ୟ ପବ୍ଲିକ୍ ଠାରୁ ଆସୁଛି । ଏଣୁ ଜନ ସାଧାରଣଙ୍କ ସାର୍ଥକୁ ଜଗିବା ହେଉଛି ସମସ୍ତ କର୍ପୋରେଟର୍, ମେୟର ଏବଂ ସରକାରୀ ଅଧିକାରୀ ଯଥା କମିଶନରଙ୍କ ନୈତିକ କର୍ତ୍ତବ୍ୟ ଅଟେ । ତେଣୁ ଜନ ସାଧାରଣଙ୍କ ସାର୍ଥ ବିରୋଧୀ ଯେ କୌଣସି ବିଧେୟଙ୍କ ଆଇନ୍ ଓ କାର୍ଯ୍ୟକୁ ରିଭିଜନ୍ କରିବା ହେଉଛି ଜନ ନେତାଙ୍କ ନୈତିକ କର୍ତବ୍ୟ, ଯାହା ଆମ୍ଭେ ଆମ୍ଭର ନୈତିକ କର୍ତବ୍ୟ କରିବାକୁ ଯାଇ ଏହି ପ୍ରସଙ୍ଗକୁ ସାର୍ବଜନୀନ କରୁଛୁ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସେହିପରି ୩୧ ବର୍ଷ ନିମନ୍ତେ ହୋଇଛି ଲିଜ୍ ଅବଧି, ମୋଟ ଆୟର ୪୦ ପ୍ରତିଶତ ଦେବା କଣ ଯଥାର୍ଥ କି, T.P. Act ର ନିୟମରେ ମଧ୍ୟ ଏହିପରି ନାହିଁ, ୩୧ ବର୍ଷ ଲିଜ୍ ନିମନ୍ତେ ରାଜସ୍ଵ ୨୦ କୋଟି ପ୍ରାୟ ଖର୍ଚ୍ଚ ସରିଥିବା ବେଳେ, ବାର୍ଷିକ ରକ୍ଷଣାବେକ୍ଷଣ, କର୍ମଚାରୀଙ୍କ ଦରମା ସହିତ ବିଜୁଳି ଦର ପୈଠ, ଏହି ସବୁ ନିଗମ କରୁଛି, ଆଉ ୨୦ ବର୍ଷ ପରେ ଟ୍ରଷ୍ଟି ଉଦ୍ୟାନର ମାଲିକ ହୋଇଯିବେ, ସେତେବେଳେ ନିଗମ ପକ୍ଷରୁ ବିନିଯୋଗ ହୋଇଥିବା ପାଣ୍ଠି ରକ୍ଷଣାବେକ୍ଷଣ ଖର୍ଚ୍ଚ ଇତ୍ୟାଦିକୁ ହିସାବ କରନ୍ତୁ, କେତେ ଜନସାଧାରଣ ପାଣ୍ଠିର କ୍ଷତି ହେବ, ଏ ସବୁକୁ ଚର୍ଚ୍ଚା କରିବା ଆମ୍ଭର କର୍ପୋରେଟର୍, ମେୟର, କମିଶନରର ମହୋଦୟଙ୍କ କର୍ତବ୍ୟ ନୁହେଁ କି ବୋଲି ମଧ୍ୟ କର୍ପୋରେଟର ମାନେ ପ୍ରଶ୍ନ କରିଛନ୍ତି ।
ଏଣୁ ଆମ୍ଭେ ଜନସାର୍ଥ ନିମନ୍ତେ, ଏହି ପ୍ରସଙ୍ଗକୁ ଚର୍ଚ୍ଚା କରୁଛୁ ଏହାର ସମ୍ପୂର୍ଣ୍ଣ ତଦନ୍ତ ସହ ଏହାରି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବାକୁ ଦାବି ହୋଇଛି । ତେବେ ଏହି ପ୍ରସଙ୍ଗରେ ନିଗମର ସବୁ କର୍ପୋରେଟରଙ୍କ ଭିତରେ କୌଣସି ମତଭେଦ ନାହିଁ କିମ୍ବା କୌଣସି ରାଜନୈତିକ ଅଭିପ୍ରାୟ ନଥିବା ସହ ଏହା ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ସ୍ଵାର୍ଥ ପାଇଁ ଏହି ପ୍ରସଙ୍ଗ ରହିଛି ବୋଲି କର୍ପୋରେଟର ଅଶ୍ଵିନୀ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଏହି ପରିପ୍ରେକ୍ଷୀରେ କିଛି ନେତା ନ୍ୟସ୍ତ ସାର୍ଥରେ ଜଡିତ ରହିଥିବା ଟ୍ରଷ୍ଟି ନିମନ୍ତେ ଓକିଲାତି କରୁଥିବା ବେଳେ, କିଛି ନେତା ମହାନ୍ ଜନନାୟକ ନେତା ସର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ମୂର୍ତି ସ୍ଥାପନ କରିବା ନିଷ୍ପତିକୁ ସାଧାରଣରେ ପ୍ରକାଶ କରିଥିବା ବେଳେ, ବାଜପେୟିଙ୍କ ନାମକୁ ଆଧାର କରି ଭବିଷ୍ୟତରେ ମାର୍କେଟ କମ୍ପ୍ଲେକ୍ସର ମନ୍ଦ ଉଦ୍ଦେଶ୍ୟ ଯୋଜନା ରହିଥିବା ଆରୋପ ଆଣିଛନ୍ତି।
ତେଣୁ ଏହି ସବୁ ପ୍ରସଙ୍ଗକୁ ପୁନଶ୍ଚ ବିଚାରକୁ ନେଇ ପୂର୍ବ ଅଧିକାରୀ ମାନେ ଲିଜ୍ ଏଗ୍ରୀମେଟ୍ ସର୍ତ୍ତ ଅନୁଯାୟୀ ୪୦ ପ୍ରତିଶତ ରାଜସ୍ଵ ଆୟକୁ ଟ୍ରଷ୍ଟିଙ୍କୁ ପ୍ରଦାନ କରୁ ନଥିଲେ, କିନ୍ତୁ ବର୍ତ୍ତମାନର କତୃପକ୍ଷ ଏହା କାହିଁକି ଏବଂ କେଉଁ ଉଦ୍ଦେଶ୍ୟ ରଖି ଏହି ଅନିୟମିତତା କାର୍ଯ୍ୟ କରିଛନ୍ତି ସେହି ସର୍ତର ରିଭିଜନ ହେବା ଆବଶ୍ୟକ । ଏଣୁ ଆମେ ଜନ ସାଧାରଣଙ୍କ ସମର୍ଥନ ଭିକ୍ଷାରେ ଏହି ପ୍ରଚେଷ୍ଟା କରୁଛୁ, ଏବଂ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ସମାଧାନ ନହେଲେ ଆମେ ନ୍ୟାୟାଳୟର ସାହାଯ୍ୟ ନେବା ସହ ରାଜ ରାସ୍ତାକୁ ଓହ୍ଲାଇ ବିରୋଧ କରିବୁ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏଥିରେ କର୍ପୋରେଟର ଧିରେଶ ସାବତ, ଦୁର୍ଗା ଲାୟକ୍, ସ୍ୱେତରେଖା ତ୍ରିପାଠୀ, କାଦମ୍ବାରି ଦାସ, ଆରତୀ ତନ୍ତୀ, ବିଷ୍ଣୁପ୍ରିୟା ସାହୁଙ୍କ ସମେତ ଅନ୍ୟ ଅସନ୍ତୁଷ୍ଟ କର୍ପୋରେଟର ମାନେ ଉପସ୍ଥିତ ଥିଲେ।
Social Footer