Breaking News

ନିର୍ମାଣ ଶ୍ରମିକ ଓ ଅଣ ସଂଗଠିତ ଶ୍ରମିକ ମାନଙ୍କୁ ସଶକ୍ତ କରିଛି ହିନ୍ଦ୍ ମଜଦୂର ସଭା

 

ବ୍ରହ୍ମପୁର, (ଅଭିଜିତ କର): ସ୍ଥାନୀୟ ଆସ୍କା ରୋଡ଼ ତାଲୁକା ସ୍ଥିତ ରଘୁନାଥ ମନ୍ଦିର ପରିସରରେ ସୋମବାର ଅପରାହ୍ନରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ହିନ୍ଦ ମଜଦୁର ସଭାର ୭୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ସମ୍ପାଦକ ସତ୍ୟ ନାରାୟଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ମୁଖ୍ୟବକ୍ତା ଭାବେ ଆଇନଜୀବୀ ପ୍ରଭାତ କୁମାର ମିଶ୍ର, ବରିଷ୍ଠ ନେତା ନିରଞ୍ଜନ ଜେନା ଓ କୋମଳ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକ ଓ ଅଣ ସଂଗଠିତ ଶ୍ରମିକ ମାନେ ଯୋଗଦେଇ ଥିବା ବେଳେ ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଦେଶର ପ୍ରଗତିରେ ମେରୁଦଣ୍ଡ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଠିକ ସମୟରେ ସମାଧାନ ନହେବା ଶ୍ରମିକ ମାନଙ୍କ ଶିକ୍ଷା ଓ ସଚେତନତା ଅଭାବରୁ ବହୁ ଶିଳ୍ପପତି ଓ ମାଲିକ ମାନେ ଶ୍ରମିକ ମାନଙ୍କୁ କିପରି ଅଧିକ ସମୟ କାମ କରାଇ କମ ଦରମା ଦେଉଛନ୍ତି। 

ସରକାର ମଧ୍ୟ ଶିଳ୍ପପତି ମାନଙ୍କୁ ସୁହାଇଲା ଭଳି ଆଇନ ଆଣିବା ଶ୍ରମିକ ମାନଙ୍କୁ ଶକ୍ତ ଧକ୍କା ବୋଲି ଶ୍ରୀ ସାହାଣୀ କହିଥିଲେ। ସେହିପରି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ସରକାର ସବୁବେଳେ ଶ୍ରମିକ ମାନଙ୍କ ସହ ଅଛନ୍ତି ବୋଲି କହିବା ସହ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ଦୁଇ ଲକ୍ଷ ଟଙ୍କା ମିଳୁଥିବା ବେଳେ, ବର୍ତ୍ତମାନ ସରକାର ତାହାକୁ ତିନି ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବାରୁ ସଙ୍ଘ ପକ୍ଷରୁ ଧନ୍ୟବାଦ ଜଣାଇଥିଲେ । ଏହାସହ ଶ୍ରମିକ ମାନଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ସାଇକେଲ, ଯନ୍ତ୍ରପାତି ଉପକରଣ ଓ ପେନସନ ଭଳି ସହାୟତା ପୁନଃ ଚାଲୁ କରିବା ପାଇଁ ସରକାରଙ୍କ ପାଖରେ ଦୃଢ ଦାବି କରାଯିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏମ କାଶୀନାଥ, ନରସିଂହ ସାହୁ ଓ ରାମହରୀ ଖଣ୍ଡୁଆଳ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିବା ବେଳେ ଶିବ ଶଙ୍କର ବୈଶାଖୀ, ଏନ ନରେଶ ଆଚାରୀ, ଯୁଧିଷ୍ଠିର ସାହୁ ସଭା ପରିଚାଳନାରେ ସହାୟତା କରିଥିଲେ ।

Type and hit Enter to search

Close