Breaking News

ଜିରୋ ନାଇଟ୍‌ ବେଳେ ଜିରୋ ଟଲେରାନ୍ସ,ଦିନ ୩ଟାରୁ ରାତି ୨ଟା ଯାଏଁ ଯାଞ୍ଚ…..

 

ବାଏ ବାଏ ୨୦୨୪ । ସ୍ୱାଗତଂ ୨୦୨୫ ।  ଆଜି ରାତି ୧୨ଟାରେ ହେବ  ଜିରୋ ନାଇଟ ସେଲିବ୍ରେସନ ।  ଏନେଇ ମୁଡରେ ଅଛନ୍ତି ସଭିଏଁ ।  ଜିରୋ ନାଇଟ ସେଲିବ୍ରେସନ ପାଇଁ  ସମସ୍ତଙ୍କ ମନରେ ଦେଖିବାକୁ ଉତ୍ସାହ ଏବଂ ଚାରିଆଡେ ଚାଲିଛି ଜୋରଦାର ପ୍ରସ୍ତୁତି । ଟୁଇନ୍ ସିଟିରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ବ୍ୟାପକ ବ୍ୟବସ୍ଥା କରିଛି ।ଆଜି ସନ୍ଧ୍ୟାରୁ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବ । 

ମଦ ପିଇ ଗାଡ଼ି ଚଳାଇଲେ ବାନ୍ଧିବ ପୁଲିସ। ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଥିବା ପୁଲିସ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ଅଭିଯାନକୁ ଜୋରଦାର କରିବ। ବାର, ପବ୍ ଓ ହୋଟେଲରେ କଡ଼ାକଡ଼ି ହେବ ଚେକିଂ।ସେମାନଙ୍କ ପାଇଁ ଜିରୋ ଟଲେରାନ୍ସ ନୀତି ଆପଣେଇଛି କମିଶନରେଟ ପୁଲିସ । କଟକରେ ମୁତୟନ ରହିବେ ୮ ପ୍ଲାଟୁନ୍ ଫୋର୍ସ । ରାତି ୧୨ଟା ପରେ ଜିରୋ ନାଇଟ୍ ସେଲିବ୍ରେସନରେ ମାତିଲେ କାର‌୍ୟ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି କଟକ ଡିସିପି ।

Type and hit Enter to search

Close