ସାଂସ୍କୃତିକ ଉତ୍ସବ "ବ୍ରହ୍ମପୁର ମହୋତ୍ସବ" ଲୋଗର ଶୁଭ ଉନ୍ମୋଚନ


• ମହୋତ୍ସବରେ ଅଞ୍ଚଳରେ ଅର୍ଥନୀତିର ବିକାଶ ସହ ସଂସ୍କୃତି, ପରମ୍ପରା ଓ ଲୋକକଳାକୁ ପ୍ରାଧାନ୍ୟ ଦିଆଯିବ


ବ୍ରହ୍ମପୁର, ୧୫/୧୨ (ଅଭିଜିତ କର): ସ୍ଥାନୀୟ ରାଜସ୍ବ ବଙ୍ଗଳା ସମ୍ମିଳନୀ ପ୍ରକୋଷ୍ଟରେ ବ୍ରହ୍ମପୁର ମହୋତ୍ସବ ତଥା ଦକ୍ଷିଣ ଓଡ଼ିଶାର ସ୍ୱାଭିମାନ ତଥା ମହାନ୍ ସଙ୍ଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ନୂତନ ବର୍ଷର ଜାତୀୟ ଯୁବ ସପ୍ତାହ ଅବସରରେ ୧୧ ଜାନୁୟାରୀରୁ ୧୬ ଜାନୁୟାରୀ ପର୍ଯ୍ୟନ୍ତ ଖଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡିଆରେ ମହାସମାହାରରେ ଆୟୋଜନ କରାଯିବ। ଏନେଇ ଆଜି ମହାନ୍ ସଂଘ ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୂର୍ବତନ ବିଧାୟକ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଗଞ୍ଜାମ ବାର ଏସୋଷିଏସନ୍ ସଭାପତି ନୟନ ମହାପାତ୍ର, ସାମ୍ବାଦିକ ଅଶୋକ ବ୍ରହ୍ମା, ପ୍ରହଲ୍ଲାଦ ସାହୁ, ଅମ୍ବିକା ଦାସ, ବରିଷ୍ଟ ଆଇନଜୀବୀ ପୀତବାସ ପଣ୍ଡା, ପ୍ରଶାସକ ବିନୋଦ ବେହେରା, ନାରୀନେତ୍ରୀ ବବିତା ପାତ୍ର, ବଦ୍ରିନାଥ ପାତ୍ର, ଦଣ୍ଡପାଣି ନାୟକ, ପି ବୁଚି ବାବୁ, ଲୋକନାଥ ମିଶ୍ର, ସୁଭାଷିନୀ ପଟ୍ଟନାୟକଙ୍କ ସମେତ ବହୁ ସାମ୍ବାଦିକ, ସଂଗଠକ, ବିଶିଷ୍ଟ ନାଗରିକ ମାନେ ବୈଠକରେ ଅଂଶ ଗ୍ରହଣ କରିଥିଲେ। 

ଏହି ପରିପ୍ରେକ୍ଷୀରେ ସଭାପତି ଶ୍ରୀ ସାବତ ସୂଚନା ଦେଇଛନ୍ତି ଯେ, ବହୁ ପ୍ରତିକ୍ଷିତ ରାଜ୍ୟର ଅନ୍ୟତମ ଆକର୍ଷଣୀୟ ସାଂସ୍କୃତିକ ମହୋତ୍ସବ ଜନ ସାଧାରଣଙ୍କ ଅନୁରୋଧ କ୍ରମେ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ପ୍ରତ୍ୟେକ ଦିନ ରାଜ୍ୟ ସରକାରଙ୍କ ସାଂସ୍କୃତିକ ବିଭାଗ ଦ୍ଵାରା ପ୍ରେରିତ ସମ୍ବଲପୁରୀ, ଧେମସା, ଗୋଟି ପୁଅ, ଛଉ ନୃତ୍ୟ ସହ ଅଞ୍ଚଳର ଲୋକ ନୃତ୍ୟ ଓ ସ୍ଥାନୀୟ କଳାକାରଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । 

ଦକ୍ଷିଣ ଓଡ଼ିଶାର ସାମୁହିକ ବିକାଶ ତଥା ପର୍ଯ୍ୟଟନ ସାଂସ୍କୃତିକ ସ୍ବାସ୍ଥ୍ୟ ଶିକ୍ଷା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବାକୁଥିବା ବେଳେ, ଏଥିରେ ମାନ୍ୟବର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ, ବରିଷ୍ଟ ଗଣମାଧ୍ୟମ, ସାହିତ୍ୟିକ, ଅଭିନେତା ମାନଙ୍କୁ ବିଭିନ୍ନ ଦିନରେ ଅତିଥି ଭାବେ ନିମନ୍ତ୍ରଣ କରାଯିବ । ଏହାସହ ମହୋତ୍ସବକୁ ପ୍ରସାଶନିକ, ପୋଲିସ, ମହାନଗର ନିଗମ ଓ ସମସ୍ତଙ୍କ ସହଯୋଗରେ ଜାତୀୟ ସ୍ତରରେ ପରିଚିତ କରାଯିବ ବୋଲି ଆୟୋଜକ ତଥା ଜାତୀୟ ସ୍ତରର ବିଶିଷ୍ଟ ସଂଗଠକ ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ପ୍ରକାଶ କରିଛନ୍ତି। 

ଏହାର ଆୟୋଜନରେ ଅଞ୍ଚଳର ଅର୍ଥନୀତି ବିକାଶ ସହ ସଂସ୍କୃତି, ପର୍ଯ୍ୟଟନ କଳାକାରର ବିକାଶ ଜଡ଼ିତ ଏଣୁ ଏହାକୁ ସବୁ ସ୍ତରରେ ସମସ୍ତେ ସହଯୋଗ କରାଯିବ ବୋଲି ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଶିଷ୍ଟ ବ୍ୟକ୍ତି ମାନେ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ବିଭିନ୍ନ କିଷମର ୧୫୦ରୁ ଉର୍ଦ୍ଧ୍ବ ଷ୍ଟଲ ଖୋଲାଯିବା ସହ ଓଲିଉଡ଼ ବଲିଉଡ କଳାକାରଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯିବା ବୋଲି ରେସ୍ପନ୍ସ ଇଭେଣ୍ଟର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରବି ଶଙ୍କର ପ୍ରକାଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ମହାନ୍ ସଂଘ ସାଧାରଣ ସଂପାଦକ ପ୍ରସାନ୍ତ ପାତ୍ର, ମହୋତ୍ସବ ସମ୍ପାଦକ ଗୋପାଳ ପଟ୍ଟନାୟକ, ଚିତ୍ତ ରଞ୍ଜନ ପ୍ରଧାନ, ଡ ସନ୍ଧ୍ୟାରାଣୀ ପଟନାୟକ, ଶିବରାମ ଚଉଧୁରୀ, ଶ୍ରୀକାନ୍ତ ସାବତ, ସସ୍ମିତା ମିଶ୍ର, ସାଧନା ପାଢ଼ୀ, ନିବେଦିତା ପାଢ଼ୀ, ମନୁ ପାଢ଼ୀ, ବିଭୂତି ସାବତ, ପ୍ରଦୀପ  ଚୌଧୁରୀ, ଅନନ୍ତ ପ୍ରଧାନ, ନାରାୟଣ ମହାକୁଡ଼, ଅନିଲ ପାତ୍ର, ନମିତା ରାଣୀ ରାଉତ, ସସ୍ମିତା ଶର୍ମା, ଦେବିପ୍ରଭା ରଥ ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁଦିପ ସାହୁ ପରିଚାଳନା କରିଥିବା ବେଳେ, ଶେଷରେ ସହ ସମ୍ପାଦକ ପ୍ରକାଶ ଵଜନି ଧନ୍ୟବାଦ ପ୍ରଦାନ କରିଥିଲେ। ଶତାଧିକ ବୁଦ୍ଧିଜୀବୀ ମାନେ ଯୋଗଦେଇ ବ୍ରହ୍ମପୁର ମହୋତ୍ସବର ସଫଳ କାମନା କରିଥିଲେ।

Share this post with your friends

Prev Post Next Post