ବ୍ରହ୍ମପୁର, ୧୩/୧୨ (ଅଭିଜିତ କର): ଚଳିତ ମାସ ଆସନ୍ତା ୧୪ ଓ ୧୫ ତାରିଖରେ ରାଉରକେଲା ଠାରେ ମହିଳା ଓ ପୁରୁଷ ରାଜ୍ୟ ସ୍ତରୀୟ ଏଲିଟ ସିନିୟର୍ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସେନେଇ ଗଞ୍ଜାମ ଜିଲ୍ଲାର ୧୭ ଜଣ ବକ୍ସର, କୋଚ୍, ମ୍ୟାନେଜର ଓ ରିଫେରୀ ଜଜଙ୍କ ସମେତ ମୋଟ ଏକ ୨୫ ଜଣିଆ ଦଳ ରାଜ୍ୟରାଣୀ ଏକ୍ସପ୍ରେସ ଯୋଗେ ଆଜି ସନ୍ଧ୍ୟାରେ ରାଉରକେଲା ଅଭିମୁଖେ ଯାତ୍ରା କରିଛନ୍ତି ।
ଏହି ଦଳରେ ପୁରୁଷ ଦଳରୁ ଏସ ସାଇ ପ୍ରତାପ, ଧନୁର୍ଜୟ, ପ୍ରବୀଣ କୁମାର ସେଠୀ, ବି ନୀଳକଣ୍ଠ, ଏସ ମୁରଲୀ, ବିପିନି ଗୌଡ଼, ଆଦିତ୍ୟ ମହାନ୍ତି, ଅମନ ପାଢ଼ୀ, ସରୋଜ କୁମାର ପଣ୍ଡା, ସିଦ୍ଧାନ୍ତ ତରାଇ କୋଚ୍ ମ୍ୟାନେଜର ଭାବେ ଲିଟୁ ଦାସ, ମୁନା ଗୌଡ଼, ବି ବୁଲୁ ପାତ୍ର ପ୍ରମୁଖ ଯାତ୍ରା କରୁଥିବା ବେଳେ, ମହିଳା ଦଳରୁ ଏ ରିତୁ ରାଓ, ଜ୍ୟୋତି ବେହେରା, ସୃତିଶା ପାଣିଗ୍ରାହି, ଆୟୁଷ୍ମିତା ପାଣିଗ୍ରାହି, ସୁନିତା ଗୌଡ଼, ମନସ୍ଵିନୀ ସାବତ, ଡି କୁସୁମା ରେଡ୍ଡୀ ତଥା କୋଚ ମ୍ୟାନେଜର ଭାବେ ଗୌରୀ ପଣ୍ଡା, ଜି ୟୋଗୀ ନନ୍ଦ ପ୍ରମୁଖ ଯାତ୍ରା କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ବକ୍ସିଂ କୋଚ୍ ତଥା ରାଜ୍ୟ ରିଫେରୀ ଜଜ୍ ଶିବରାମ ପାତ୍ର, ସ୍ଥାନୀୟ କୋଚ୍ ତଥା ଅନ୍ତର୍ଜାତୀୟ ରିଫେରୀ ଜଜ୍ ଶ୍ରୀ ଶିଶିର କୁମାର ପାଣିଗ୍ରାହୀ ମଧ୍ୟ ଏହି ଦଳ ସହ ଯାତ୍ରା କରୁଛନ୍ତି ବୋଲି ଜିଡ଼ିଏଏର ସମ୍ପାଦକ ଜେ କାମେଶ୍ବର ରାଓ ଏଵଂ ବକ୍ସିଂ ସମ୍ପାଦକ କେ ପ୍ରଭାକର ରାଓ ଜଣାଇଛନ୍ତି। ଏହି ଦଳ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ବହୁ ବକ୍ସର ଓ କ୍ରୀଡ଼ା ପ୍ରେମୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।
Social Footer