ନୂଆବର୍ଷ ପରେ ଫେରିବ ଶୀତ, ୬ ଜିଲ୍ଲାକୁ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ

 

ରାଜ୍ୟରେ ଆଗକୁ ବଢିବ ଶୀତ । ଆଉ କିଛି ଦିନ ପରେ ବର୍ଷ ୨୦୨୪ ବିଦାୟ ନେବ ଏବଂ ବର୍ଷ ୨୦୨୫ ଅର୍ଥାତ ନୂଆବର୍ଷ ବେଳକୁ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।  ସୂଚନା ଅନୁସାରେ ଆସନ୍ତା ୩୧ ତାରିଖରୁ ବରଗଡ , ବଲାଙ୍ଗୀର , ନୂଆପଡା , ସମ୍ବଲପୁର, ନୂଆପଡା , କେନ୍ଦୁଝର, ମୟୂରଭଂଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହେବା ସହ ଜାନୁଆରୀ ୫ ତାରିଖ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ । 

ଏହାସହ ଜାନୁଆରୀ ପହିଲା ଠାରୁ ବହୁ ସ୍ଥାନରେ ରାତି ତାପମାତ୍ରା ହ୍ରାସ ପାଇ । ଯାହା ଫଳରେ ଶୀତର ପ୍ରକୋପ ବଢିବ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ମୁତାବକ, ଗତ ୨୬ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ଭୟ ଓଡି଼ଶାକୁ ନାହିଁ । ଜାନୁଆରୀ ୩ରେ ମଧ୍ୟ ଏକ ଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଓଡିଶାର କୈାଣସି ସ୍ଥାନରେ ବର୍ଷା ନଥିବା ବେଳେ ଶୀତର ପ୍ରଭାବ ଜାରି ରହିବ ।

Share this post with your friends