ଭୁବନେଶ୍ବରରେ ସିବିଆଇର ଚଢ଼ାଉ; ଲକ୍ଷାଧିକ ଟଙ୍କା ଜବତ, ୪ ଅଟକ

 

ଶନିବାର ଭୁବନେଶ୍ୱରରେ ସିବିଆଇ ରେଡ୍‌ ହୋଇଛି। ଭୁବନେଶ୍ୱରର ନୟାପଲ୍ଲୀରେ ଏକ ହୋଟେଲ ସମ୍ମୁଖରେ ଥିବା କାରରେ ସିବିଆଇ ଟିମ୍‌ ଚଢ଼ଉ କରି ବିପୁଳ ଟଙ୍କା ସହ ସୁନା ଜବତ କରାଯାଇଛି। ନୟାପଲ୍ଲୀର ଏକ ହୋଟେଲ ସମ୍ମୁଖରେ ଏକ କାର ଥିଲା ଆଉ ଉକ୍ତ କାରରେ ଵିପୁଲ ପରିମାଣର ଟଙ୍କା ସହ ସୁନା ଥିବା ସିବିଆଇକୁ କୌଣସି ସୂତ୍ରରୁ ଖବର ମିଳିଥିଲା। ପରେ ସିବିଆଇ ଟିମ୍‌ ଚଢ଼ଉ କରି ବିପୁଳ ଟଙ୍କା ସହ ସୁନା ଜବତ କରିଛି। 

ଏହି ଘଟଣାରେ ୪ ଜଣଙ୍କୁ ସିବିଆଇ ଟିମ୍‌ ହେପାଜତକୁ ନେଇଛି। ଏହି ଘଟଣାର ଖୋଳତାଡ଼ କରୁଛି ସିବିଆଇ। ଗାଡ଼ିରେ ଏତେ ଟଙ୍କା କୋଉଠୁ ଆସିଲା ଓ ଟଙ୍କା କିଏ ନେଉଥିଲା, କୁଆଡ଼େ ନେଉଥିଲା ତାହା ଜଣାପଡିନାହିଁ। ସିବିଆଇ ଟିମ୍‌ ଏହି ଘଟଣାର ତଦନ୍ତ ଜାରି କରିଛି।

Share this post

Previous Post Next Post