ବ୍ରହ୍ମପୁର, ୧/୧୨ (ଅଭିଜିତ କର): ଗତ ୪ ଦିନ ପୂର୍ବେ ବିଜେପି ଗୋପାଳପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ଵାରା ଦଳର ଶତାଧିକ ନେତା ଓ କର୍ମୀ ମାନଙ୍କ ସହ "ଦି ସାବରମତୀ ରିପୋର୍ଟ୍" ଚଳଚ୍ଚିତ୍ର ପରିଦର୍ଶନ କରିଥିଲେ। ସେହିପରି ଆଜି ମାନ୍ୟବର ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାରଙ୍କ ନେତୃତ୍ୱ ରବିବାର ସକାଳେ ସ୍ଥାନୀୟ ରୁକ୍ମିଣୀ ସିନେମା ହଲରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ନେତା ଓ କର୍ମୀ ମାନଙ୍କ ଗହଣରେ "ଦି ସାବରମତୀ ରିପୋର୍ଟ୍" ଚଳଚ୍ଚିତ୍ର ଦେଖିଛନ୍ତି ।
ତେବେ ଗୁଜୁରାଟର ଗୋଧ୍ରା ଠାରେ ଘଟିଥିବା ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଦେଖିବାକୁ ମାନ୍ୟବର ବିଧାୟକଙ୍କ ସହ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ରାଜ୍ୟ ପ୍ରବକ୍ତା ଟି ଗୋପି, ବରିଷ୍ଠ ନେତା ସୁରେଶ ପାଢ଼ୀ, ରମେଶ ତ୍ରିପାଠୀ, କାମନା ପାଢୀ, ବିଷ୍ଣୁ ସୁବୁଦ୍ଧି, ରବିନ୍ଦ୍ର ସାହୁ, ବନମାଳୀ ସେଠି, ପ୍ରତିନିଧି ଅଶୋକ ଶୁକ୍ଲା, ଟୁଙ୍ଗରୁ ପାତ୍ର, ପୂର୍ବତନ ବିଡିଏ ଅଧ୍ୟକ୍ଷ ସରତ ପଟ୍ଟନାୟକ, କର୍ପୋରେଟର ସବିତା ସାହୁ, ପ୍ରଦୀପ ମିଶ୍ର, ପ୍ରଣୟ ମହାପାତ୍ର, ବାଳକୃଷ୍ଣ ସାମନ୍ତରା, ମନିତା ଦାସ, ଚିତରଞନ ସାହୁ, ବର୍ଷା ବିଦୁସ୍ମିତା ପାଳ, ସୁନୀଲ ପଣ୍ଡା, ସରୋଜ ଦାସ, ସଞ୍ଜୟ ଜେନା, ପତିତ ଗନ୍ତାୟତ, ଲୋକନାଥ କର, ଆସିଶ ଦାସ, କେ ସାଇ କୁମାର, ସୁଧାଂଶୁ ସେଠୀ, ସୁରେଶ ତ୍ରିପାଠୀ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଆରଏସଏସ ସଙ୍ଗଠନ, ଅନାଥ ଆଶ୍ରମର ଅନ୍ତେବାସୀ, ମହିଳା ଏସଏଚଜି, ସରସ୍ଵତୀ ଶିଶୁମନ୍ଦିରର କାର୍ଯ୍ୟକର୍ତ୍ତାଗଣ, ଓକିଲ ସଂଘର ସଦସ୍ୟ ଏବଂ କିଛି ସାମ୍ବାଦିକ ଗଣ ଯୋଗଦାନ କରିଥିଲେ । ଏହି ଅବସରରେ ମାନ୍ୟବର ବିଧାୟକ ପ୍ରତ୍ୟେକ୍ଷ ରୂପେ ଦୀର୍ଘ ଦୁଇ ଘଣ୍ଟା ଧରି ଉପସ୍ଥିତ ରହି ଦର୍ଶକ ମାନଙ୍କ ସହ ଫିଲ୍ମର ସତ୍ୟାସତ୍ଯ ଘଟଣାକୁ ଦେଖିଥିଲେ ।
Social Footer