Breaking News

ହଷ୍ଟେଲରେ ପିଜି ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ, ବ୍ରହ୍ମପୁର ଏମକେସିଜିରୁ ବିଦା ହେଲେ ୪ ଡାକ୍ତର

 

ବ୍ରହ୍ମପୁର ଏମକେସିଜି ପିଜି ହଷ୍ଟେଲରେ ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣାରେ ନିଆଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ । ଏଥିରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ବହିଷ୍କୃତ କରାଯାଇଛି । ଚୁକ୍ତିଭିତ୍ତିକ ସହକାରୀ ପ୍ରଫେସର ଓ ୩ ଜଣ ସିନିୟର ରେସିଡେଣ୍ଟଙ୍କୁ ବହିଷ୍କାର କରାଯାଇଛି । ସେହିପରି ଅନ୍ୟ ଜଣେ ପିଜି ରେସିଡେଣ୍ଟଙ୍କୁ ୬ ମାସ ଯାଏଁ କଲେଜ କ୍ୟାମ୍ପସ ଆସିବାକୁ ମନା ହୋଇଛି । ଡିଏମଇଟିଙ୍କ ନିଦେ୍ର୍ଦଶରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ସୂଚନା ଦେଇଚନ୍ତି ଡିନ୍ ସୁଚିତ୍ରା ଦାଶ ।

ଗତ ୨୦ ତାରିଖରେ ହଷ୍ଟେଲରେ ପିଜି ଛାତ୍ରଙ୍କୁ କରାଯାଇଥିଲା ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶିଶୁ ବିଭାଗର ପିଜି ଡାକ୍ତର ଭି. ରଜନୀକାନ୍ତଙ୍କୁ ଗତ ୨୧ ତାରିଖରେ ପିଜି ହଷ୍ଟେଲ-୩କୁ ଡାକି ଏହି ଡାକ୍ତରମାନେ ମାଡ଼ ମାରିଥିଲେ। ଏପରିକି ଶିଶୁ ବିଭାଗ ମୁଖ୍ୟ ତଥା ମେଡିକାଲ କଲେଜ ଉପାଧ୍ୟକ୍ଷ ବୁଝାସୁଝା କରିବାକୁ ଯାଇଥିବାବେଳେ ଏହି ଡାକ୍ତରମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଘଟଣାକୁ ନେଇ କଲେଜ ଏକାଡେମିକ କାଉନସିଲ ବୈଠକ ବସିବା ସହ ସମସ୍ତ ଡାକ୍ତରଙ୍କ ନାଁରେ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ ହୋଇଥିଲା।

Type and hit Enter to search

Close