ଲାଞ୍ଚ ନେଉଥିବା ବେଳେ ଜେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

 

ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ। ଲାଞ୍ଚ ମହଙ୍ଗା ପଡିଗଲା ଅଧିକାରୀଙ୍କ ଉପରେ। ବିଲ ପାସ୍ କରିବାପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜେଇ। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ରେ।  

ସୂଚନାଯୋଗ୍ୟ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଜେଇ ଅଶୋକ ପାଢ଼ୀ ଠିକାଦାରଙ୍କ ବିଲ ପାସ କରାଇବା ପାଇଁ ଅଗ୍ରୀମ ୧୦,୦୦୦ଟଙ୍କା ଲାଞ୍ଚ ମାଗିଥିଲେ। ଠିକାଦାର ଜଣକ ଏ ସଂକ୍ରାନ୍ତରେ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ସୋମବାର ସକାଳେ ନିଜ ଅଫିସରେ ଲାଞ୍ଚ ନେବା ଅବସ୍ଥାରେ ଜେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ ଅଫିସ ତଥା ବାସଭବନ ସହ ପୈତୃକ ଘରେ ଛାନଭିନ ଆରମ୍ଭ କରି ତଦନ୍ତ ଚଳାଇଛି।

Share this post

Previous Post Next Post