ଆସନ୍ତା ୧୦ ତାରିଖରୁ ବନ୍ଦ ହୋଇପାରେ ଟ୍ରକ ପରିବହନ। ଚେତାବନୀ ଦେଲେ ଲଘୁ ଖଣିଜ ପରିବହନ କରୁଥିବା ଟ୍ରକ ମାଲିକ ସଂଘ । ସରକାର ୧୧ ଦଫା ଦାବି ପୂରଣ ନ କଲେ ୧୦ ତାରିଖରୁ ପରିବହନ ବନ୍ଦ ହେବ ।୧୦ ଜିଲ୍ଲାର ୧୫ ଟ୍ରକ ମାଲିକ ସଂଘର ମିଳିତ ବୈଠକରେ ନିଷ୍ପତ୍ତି ହୋଇଛି ।୯ ତାରିଖ ସୁଦ୍ଧା ଦାବି ପୂରଣ କରିବାକୁ ଟ୍ରକ ମାଲିକଙ୍କ ଡେଡ଼ଲାଇନ ରହିଛି । ନଚେତ ୫ ହଜାରରୁ ଅଧିକ ଟ୍ରକ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଚକ ବନ୍ଦ ଆନ୍ଦୋଳନ କରିବେ । ନଦୀ ବାଲି ପରିବହନ ବେଳେ ଅଯଥା ଜରିମାନ ହେଉଥିବା ଅଭିଯୋଗରେ ଏହି ଧର୍ମଘଟ ହେଉଥିବା ସୂଚନା ରହିଛି।
Social Footer