Breaking News

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ହେଲା ବଡ଼ ମହାସ୍ନାନ, ଜାଣନ୍ତୁ କାହିଁକି ?

 

ପୁଣି ଆଜି ସକାଳୁ ସକାଳୁ ବଡ ମହାସ୍ନାନ କଲେ ମହାପ୍ରଭୁ । ଶ୍ରୀମନ୍ଦିରରେ ଛେପ ପଡିବା ପରେ ତିନିଠାକୁରଙ୍କ ବଡ ମହାସ୍ନାନ ନରତି ଅନୁଷ୍ଠିତ ହୋଇଥିଲା । ଏଥିପାଇଁ କିଛି ସମୟ ପାଇଁ ବନ୍ଦ ରହିଥିଲା ସାଧାରଣ ଦର୍ଶନ । ତେବେ ଆଜି ଶ୍ରୀମନ୍ଦିର ଭିତରକାଠ ନିକଟରେ ଛେପ ପଡିଥିବା ସେବାୟତମାନଙ୍କ ନଜରକୁ ଆସିବା ପରେ ପରେ ମହାପ୍ରଭୁମାନଙ୍କର ବଡ ମହାସ୍ନାନ କରାଯାଇଥିଲା । ସକାଳ ଅବକାଶ ନୀତି ପରେ ଶ୍ରୀଜୀଉଙ୍କ ମହାସ୍ନାନ କରାଯାଇଛି । ଏହି ସମୟରେ ପ୍ରାୟ ୧ ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରାଯାଇଥିଲା । ମହାସ୍ନାନ ନୀତି ସରିବା ପରେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହେବ ନେଇ ସୂଚନା ମିଳିଛି ।

Type and hit Enter to search

Close