Breaking News

ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ: ଜଣେ ମାଓବାଦୀ ନିହତ, ଯବାନ ଗୁରୁତର

 

ମାଲକାନଗିରି-ଛତିଶଗଡ଼ ସୀମା ଏମ୍ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁଁ ହୋଇଛନ୍ତି। ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଥିବ ବେଳେ ଜଣେ ନକ୍ସଲ ନିହତ ହୋଇଛନ୍ତି। ଆହତ ଯବାନ ଜଣଙ୍କ ହେଲେ ଡମ୍ବୁର ବଡ଼ ନାୟକ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଗୋଡ଼ରେ ୨ଟି ଗୁଳି ବାଜିଛି। ଛତିଶଗଡ଼ରୁ କିଛି ନକ୍ସଲ ନଦୀ ପାର ହୋଇ ମାଲକାନଗିରି ଅଭିମୁଖେ ଆସୁଥିବା ସୁରକ୍ଷାକର୍ମୀମାନେ ଗୋଇନ୍ଦା 

ସୁତ୍ରରୁ ଖବର ପାଇଥିଲେ। ପରେ ସେହି ଅଞ୍ଚଳରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁ ମୁହିଁ ହୋଇଥିଲେ। ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚାଳନା କରିଥିଲେ। ସୁରକ୍ଷା କର୍ମୀମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ। ଗୁଳିବିନିମୟରେ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି।

Type and hit Enter to search

Close