Breaking News

ସୁରକ୍ଷାକର୍ମୀଙ୍କ ଏନ୍ କାଉଣ୍ଟରରେ ୧୦ ମାଓବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ


ଛତିଶଗଡ଼ର ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ ହୋଇଛନ୍ତି । ମାଓବାଦୀମାନେ ଉକ୍ତ ଅଞ୍ଚଳରୁ ଖସି ପଳାଉଥିବା ବେଳେ ଡିଆରଜି ଯବାନ ଏନକାଉନଣ୍ଟର କରିଥିବା ଜଣାପଡିଛି । ସୁକମା ଜିଲ୍ଲାର ଭେଜ୍ଜି ପୋଲିସ ଷ୍ଟେଶନ ଅଧୀନରେ ଥିବା ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ଶିବିର ଥିବା ବେଳେ ସେଥିରେ ୩୦ରୁ ଅଧିକ ନକ୍ସଲ ଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। 

ଏହାପରେ ବକ୍ସର ଆଇଜିଙ୍କ ନିର୍ଦ୍ଦେଶକ୍ରମେ ସୁକମା ଏସ୍‌ପିଙ୍କ ନେତୃତ୍ୱରେ ଆଜି ସକାଳେ ସର୍ଚ୍ଚ ଅପରେସେନ ଓ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ଏହି ଅପରେସନରେ ପ୍ରାୟ ଶହେରୁ ଅଧିକ ଯବାନ ସାମିଲ ହୋଇଥିଲେ। ଜଙ୍ଗଲ ମଧ୍ୟରେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ତୁହାକୁ ତୁହା ଗୁଳି ବିନିମୟ ହୋଇଥିଲା। ଏଥିରେ ୧୦ ନକ୍ସଲ ଟଳି ପଡ଼ିଥିଲେ। ଏବେ ସୁଦ୍ଧା ୧୦ ନକ୍ସଲଙ୍କ ମୃତଦେହକୁ ଜବତ କରାଯାଇଥିବା ବେଳେ ଘଟଣାସ୍ଥଳରୁ ଇନସାସ୍, AK-47, SLR ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

Type and hit Enter to search

Close