Breaking News

ଆଜିଠୁ ସର୍ବଭାରତୀୟ ଡିଜିପି ସମ୍ମିଳନୀ, ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ

 

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ବରରେ ତିନିଦିନିଆ ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେଇ ଡିଜିପି ସମ୍ମିଳନୀକୁ ଉଦଘାଟନ କରିବେ। ଅପରାହ୍ଣ ୪ଟା ୨୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ମୋଦି। ସାଢେ ୪ଟାରେ ବିମାନବନ୍ଦର ପାଖରେ ଏକ ସଭାରେ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ସେଠାରୁ ସିଧାସଳଖ ରାଜଭବନ ଯିବେ ପ୍ରଧାନମନ୍ତ୍ରୀ।  

ତେବେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ ସୁରକ୍ଷା ପାଇଁ ୭୦ ପ୍ଲାଟୁନରୁ ଊର୍ଦ୍ଧ୍ବ ଫୋର୍ସ ମୁତୟନ ହୋଇଛନ୍ତି। ଏହାସହିତ ରାଜ୍ୟ ପୋଲିସ, ସଶସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ବଳ ମୁତୟନ ହେବେ। ତେବେ ଏହି ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପିଙ୍କ ସମେତ ପ୍ରାୟ ୯୦ ଡିଜି ରାଙ୍କର ଅଧିକାରୀ ଯୋଗ ଦେବେ। ଆୟୋଜିତ ଏହି ସମ୍ମିଳନୀରେ ୩୦ଟି ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ଦେଶର ଆଇନ ଶୃଙ୍ଖଳା ଓ ଆଭ୍ୟନ୍ତରୀଣ ସୁରକ୍ଷାର ସମୀକ୍ଷା ହେବ। ଆଭ୍ୟନ୍ତରୀଣ ସୁରକ୍ଷା, ସାଇବର ଅପରାଧ, ପୋଲିସରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ଆତଙ୍କବାଦ ମୁକାବିଲା ସହ ମାଓ ଦମନ, ଜେଲ ସଂସ୍କାର, ନୂଆ ଫୌଜଦାରୀ ଆଇନର କାର୍ଯ୍ୟକାରିତା ଆଦିକୁ ନେଇ ଆଲୋଚନା କରାଯିବ।

Type and hit Enter to search

Close