Breaking News

ନେଟୱାର୍କ ପାଇଁ ପଡ ପଦକ୍ଷେପ ; ଭାରତରେ ପ୍ରଥମ ଥର ପାଇଁ BSNL ସାଟେଲାଇଟ - ଟୁ - ଡିଭାଇସ୍ ସେବା ଆରମ୍ଭ

 

ଏଣିକି ବିନା ସିମରେ ବି ଫୋନରେ କଥା ହେବା ସହ ଏସଏମଏସ ମଧ୍ୟ କରିପାରିବେ । ଏମିତି ଏକ ନୂଆ ସେବା ଭାରତରେ ଉପଲବ୍ଧ କରାଇବାକୁ ଯାଉଛି ସରକାରୀ ଟେଲିକକ୍ କମ୍ପାନୀ ବିଏସଏନଏଲ । ଏହା ତାହାର ଡାଇରେକ୍ଟ ସାଟେଲାଇଟ-ଟୁ-ଡିଭାଇସ୍ ସେବା ଆରମ୍ଭ କରିଛି । ଏପରି କରିବାରେ ଦେଶରେ ପ୍ରଥମ ଟେଲିକମ୍ କମ୍ପାନୀ ହୋଇପାରିଛି ବିଏସଏନଏଲ । ବ୍ୟବହାରକାରୀଙ୍କ ପାଇଁ ଏହାକୁ ଲଞ୍ଚ କରିବା ବିଏସଏନଏଲ ଡାଇରେକ୍ଟ-ଟୁ-ଡିଭାଇସ୍, କାର୍ଲିଫର୍ଣ୍ଣିଆ କମ୍ପାନୀ ଭିଆସାଟ୍ ସହିତ ପାର୍ଟନରସିପ୍ କରି ଏପରି କିଛି ଅତ୍ୟାଧୁନିକ ସେବା ବ୍ୟବହାରକାରିଙ୍କୁ ଭେଟି ଦେଇଛି ।

ତେବେ ସାଟେଲାଇଟ କନେକକ୍ସନ ନୂଆ ଟେକନୋଲୋଜି ହୋଇନଥିଲେ ମଧ୍ୟ ମୋବାଇଲରେ ଏପରି ସେବା ଉପଲବ୍ଧ କରାଇବାରେ ଦେଶରେ ପ୍ରଥମ ଟେଲିକମ୍ ପାଲଟିଛି ବିଏସଏନଏଲ ।  

ବିଏସଏନଏଲର ଏହି ସେବା ଦୁର୍ଗମ ଅଞ୍ଚଳରେ  ଏବଂ ନେଟଓ୍ବାର୍କ ନଥିବା ସ୍ଥାନରେ ନେଟଓ୍ବାର୍କ ଯୋଗାଇଦେବାରେ କାର୍ଯ୍ୟ କରିବ । ଯାହାକି ବିଶେଷ ଭାବରେ ପାହାଡିଆ ଏବଂ ଜଙ୍ଗଲିଆ ଅଞ୍ଚଳର ଲୋକଙ୍କ ପାଇଁ ବେଶ୍ ଉପଯୋଗୀ ହେବ ।

ଯେଉଁଠାରେ ସେଲୁଲାର୍ ନେଟୱାର୍କ କିମ୍ବା ୱାଇ-ଫାଇ ସଂଯୋଗ ଉପଲବ୍ଧ ହେବ ନାହିଁ ସେଠାରେ ଏହି ସେବା ବେଶ୍ ଉପଯୋଗୀ ହେବ । ତେବେ କଲିଂ ସହିତ, ଉପଭୋକ୍ତାମାନେ ମଧ୍ୟ ଏସଓଏସ ଯଥା ଜରୁରୀକାଳୀନ ବାର୍ତ୍ତା ପଠାଇ ପାରିବେ ଏବଂ ଏହି ସେବା ମାଧ୍ୟମରେ ୟୁପିଆଇ ଲେଣଦେଣ ମଧ୍ୟ କରିପାରିବେ। ତେବେ ଏହି ଫିଚର ଦ୍ବାରା ସାଧାରଣ କଲ୍ ଏବଂ ଏସଏମଏସ ଉପଲବ୍ଧ ହେବ କି ନାହିଁ ତାହା ସ୍ପଷ୍ଟ କରିନାହିଁ କମ୍ପାନୀ । ଏହାକୁ ନେଇ ଡଟ୍ ଏକ ଛୋଟ ଭିଡିଓ ସେୟାର କରି, ସାଟେଲାଇଟ-ଟୁ-ଡିଭାଇସ୍ ସେବାର ଝଲକ ଦେଖାଇଛି । ତେବେ କହିରଖୁଛୁ, ପୂର୍ବରୁ ଆପଲ କମ୍ପାନୀ ଏଭଳି ଫିଚର ଆଣିଥିବା ବେଳେ ଏହା ଭାରତରେ ଉପଲବ୍ଧ ନଥିଲା ।

Type and hit Enter to search

Close