Breaking News

ମାଟି ଅତଡ଼ା ଖସି ଝିଅ ମୃତ, ବାପା ଗୁରୁତର

 

ମାଟି ଅତଡ଼ା ଖସି ଝିଅ ମୃତ, ବାପା ଗୁରୁତର। ଗୁରୁତର ବାପା ଈଶ୍ୱର ମୁଣ୍ଡାଙ୍କୁ ସୁକିନ୍ଦା ମେଡିକାଲରେ ଭର୍ତ୍ତି କରାଯାଇଛି ।  ଯାଜପୁର କଳିଙ୍ଗନଗର ଥାନା ନଡ଼ିଆଭଙ୍ଗା ବାଉଁଶନଳୀ ଗାଁରେ ଏହି ଅଘଟଣ ଘଟିଛି । ମୃତ ଝିଅ ଗୀତା ମୁଣ୍ଡା ।

ଆଜି ସକାଳେ ଶୌଚ ହେବାକୁ ଯାଇଥିବାବେଳେ ହଠାତ୍ ମାଟି ଅତଡ଼ା ଖସି ପଡିଥିଲା । ଫଳରେ ଉଭୟ ଗାତ ଭିତରେ ପଡିଯାଇଥିଲେ ।  ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଝିଅ ଗୀତା ମୁଣ୍ଡାକୁ ମୃତ ଘୋଷଣା କରିଥିଲେ । ବାପା ଇଶ୍ବର ମୁଣ୍ଡାଙ୍କୁ ଚିକିତ୍ସା ଚାଲିଛି । ରେଙ୍ଗାଲି କେନାଲ କାର୍ଯ୍ୟ କରୁଥିବା ଠିକାସଂସ୍ଥାର ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଅକାଳରେ ଜଣେ ନୀରିହ ଶିଶୁର ଜୀବନ ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

Type and hit Enter to search

Close