ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଜୀବନ୍ତ ଜଳିଗଲେ କଣ୍ଟେନର ଡ୍ରାଇଭର

ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର । କିଛି ଭାବିବା ପୂର୍ବରୁ ସବୁକିଛି ସରିଗଲା । ଖାଲି ଏତିକି ନୁହୁଁ କଣ୍ଟେନର ସହିତ ଜଳିଗଲେ ଗାଡି ଡ୍ରାଇଭର । ଏହିଭଳି ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥରେ । 

ସୂଚନା ଅନୁସାରେ, TN 58 AE 7861 ନଂ ନାମକ ଏକ କଣ୍ଟେନର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ଓଡିଶା ଅଭିମୁଖେ ଆସୁଥିବା ବେଳେ ଲକ୍ଷ୍ମଣ ନାଥ  ଟୋଲପ୍ଲାଜାରେ ଥିବା ଡିଭାଇଡର ଉପରକୁ ଚଢି ଯାଇ ଟୋଲ ପ୍ଲାଜାର କେବିନକୁ ଜୋରରେ ଧକ୍କା ଦେଇଥିଲା । କଣ୍ଟେନରଟି   ହୁ ହୁ ହୋଇ ଜଳିବାକୁ ଲାଗିଥିଲା। କେବିନ ମଧ୍ୟରେ ଥିବା ଟୋଲ କର୍ମଚାରୀ ଅଳ୍ପକେ ରକ୍ଷା ପାଇଥିଲା ବେଳେ କଣ୍ଟେନର ଥିବା ଡ୍ରାଇଭର ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ୱର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି  ପ୍ରାୟ ଏକ ଘଣ୍ଟା ଅପରେଶନ ପରେ ନିଆଁକୁ ଆୟତ କରିଥିଲା ବେଳେ ଜଳେଶ୍ୱର ପୋଲିସ ଘଟଣାର  ତଦନ୍ତ ଜାରି ରଖିଛି। ତେବେ ଏସବୁ ଭିତରେ ଅନୁମାନ କରାଯାଉଛି ଯେ ଡ୍ରାଇଭର ର ଆଖି ଲାଗି ଯାଇ ଥିବାରୁ ଏଭଳି ଭୟଙ୍କର ଦୁର୍ଘଟଣା ହୋଇଥିବ ।

Share this post

Previous Post Next Post