ପୁଣି ବିମାନକୁ ମିଳିଲା ବୋମା ଧମକ । ଭୁବନେଶ୍ୱର ବିମାନବନ୍ଦରର ଏକ ବିମାନରେ ବୋମା ଧମକ ଚିଠି ମିଳିଥିବା ସୂଚନା ମିଳିଛି । ବୋମା ଧମକ ଚିଠି ମିଳିବା ପରେ ବିମାନଟି ଜରୁରୀ ଅବତରଣ କରିଛି । ବିମାନବନ୍ଦରରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ସୂଚନା ଅନୁସାରେ, ଭୁବନେଶ୍ୱର ବିମାନବନ୍ଦରରୁ ଯାତ୍ରୀମାନଙ୍କୁ ନେଇ ଇଣ୍ଡିଗୋ ବିମାନ ଦିଲ୍ଲୀ ଅଭିମୁଖେ ଗସ୍ତ କରିବାକୁ ଥିବା ସମୟରେ ବିମାନରେ ବୋମା ଅଛି ବୋଲି ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଏହି ଘଟଣା ପରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ତୁରନ୍ତ ବିମାନକୁ ଜରୁରୀ ଅବତରଣ କରାଯାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଇ ଦିଆଯାଇଛି । ପରେ ଯାତ୍ରୀମାନଙ୍କୁ ମଧ୍ୟ ଯାଞ୍ଚ କରାଯାଉଛି । ବୋମା ଧମକ ଚିଠି ପରେ ବିମାନବନ୍ଦର କର୍ତ୍ତୃପକ୍ଷ ତନାଘନା ଯାଞ୍ଚ କରୁଛନ୍ତି । ଯାଞ୍ଚ ପରେ ବିମାନ ଚଳାଚଳ ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି ।
Social Footer