ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା ଗିରଫ, ୮୭୦ ଗ୍ରାମ ସୁନା ସହ ନଗଦ ୧୩ ଲକ୍ଷ ୪୭ ହଜାର ଜବତ

 

ବ୍ରହ୍ମପୁର: ଓଡ଼ିଶା ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନ୍ ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡାକୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ରେଡ ବେଳେ ସୁବାସଙ୍କ ଘରୁ ବିପୁଳ ସମ୍ପତ୍ତି ଜବତ ହୋଇଥିଲା।  ତେବେ ଆୟ ବହିର୍ଭୁତ ଠୁଳ ଅଭିଯୋଗରେ ଭିଜିଲାନ୍ସ ଓପିଏଚଡବ୍ଲ୍ୟୁସି ବ୍ରହ୍ମପୁର ଡିଭିଜନ୍‌ର ଡିଜିଏମ୍(ଡେପୁଟି ଜେନେରାଲ ମ୍ୟାନେଜର) ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଭୁବନେଶ୍ଵର ଏବଂ ବ୍ରହ୍ମପୁର ସମେତ ୪ଟି ସ୍ଥାନରେ ଆଜି ଭିଜିଲାନ୍ସର ଏକାଧିକ ଟିମ ଏକକାଳୀନ ଚଢ଼ାଉ ଆରମ୍ଭ କରିଥିଲେ। 

ଭୁବନେଶ୍ଵର ସ୍ଥିତ ତାଙ୍କ ବାସଭବନ ଏବଂ ପୈତୃକ ଘର, ଆଇଗିଣିଆରେ ଥିବା ଘର, ମଞ୍ଚେଶ୍ୱର ଘର, ବ୍ରହ୍ମପୁର ଖାରବେଳ ନଗରରେ ଭଡ଼ା ଘର ଓ ବ୍ରହ୍ମପୁର ଅଫିସରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏହି ଚଢ଼ାଉରେ ୫ ଜଣ ଡିଏପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମକାରୀ ସାମିଲ ହୋଇଥିଲେ।  ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଦୁଇ ବହୁମହଳା କୋଠା ସହ ଗୋଟିଏ ତିନିମହଲା କୋଠା ରହିଛି। ବିଭିନ୍ନ ସ୍ଥାନରେ ରହିଛି ୫ଟି ବହୁମୂଲ୍ୟ ପ୍ଲଟ୍ ରହିଛି। ୮୭୦ ଗ୍ରାମ ସୁନା ସହ ନଗଦ ୧୩ ଲକ୍ଷ ୪୭ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। ସେହିପରି ବ୍ୟାଙ୍କରେ ଏକ କୋଟି ୮୪ ଲକ୍ଷ ଟଙ୍କାର ଜମା ରହିଛି। ସେହିପରି ଭୁବନେଶ୍ବରରେ ଫ୍ଳାଟ କିଣିବାକୁ ୬୬ ଲକ୍ଷ ଟଙ୍କା ଦେଇଥିବାର ଜଣାପଡିଛି।

Share this post

Previous Post Next Post