ରାଜଧାନୀରେ ୧୦ପୂଜା କମିଟିକୁ ରାବଣପୋଡି ପାଇଁ ଅନୁମତି

 

ରାବଣ ପୋଡି ପାଇଁ ରାଜଧାନୀରେ ବ୍ୟାପକ ପ୍ରସ୍ତୁତି । ରାବଣ ପୋଡି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀର ୧୦ ଟି ସ୍ଥାନକୁ ମିଳିଛି ଅନୁମତି । । ଏହାସହିତ ରାବଣ ପୋଡି ସମୟରେ ବିଭିନ୍ନ ଦିଗ ଉପରେ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଖବର ଅନୁଯାୟୀ, ଆଜି ବିଜୟା ଦଶମୀ ତଥା ଦଶହରାର ଅନ୍ତିମ ପର୍ବ । ଏହାପରେ ଆଜି ଅନୁଷ୍ଠିତ ହେବ ରାବଣ ପୋଡି ଉତ୍ସବ । ତେବେ ରାଜଧାନୀରେ ମୋଟ ୧୦ଟି ପୂଜା ମଣ୍ଡପରେ ରାବଣ ପୋଡି ପାଇଁ ମିଳିଛି ଅନୁମତି । ଏହି ସବୁ ସ୍ଥାନ ଗୁଡିକ ହେଲା  ନହର କଣ୍ଟା , ଝାରପଡା, ବରମୁଣ୍ଡା, କୋରଡ କଣ୍ଟା, ବାଙ୍କୁଆଲ, ଇନ୍‌ଫୋ ଭ୍ୟାଲି ଥାନା ଗୋପାଳପୁର, କୀଟସ୍ ରୋଡ, ଚନ୍ଦକା କ୍ଳବ୍ଫି ଲ୍ଡ , ସିମୁଲିପାଟନା ଦୋଳ ଯାତ୍ରା ପଡିଆ, କପିଳ ପ୍ରସାଦ ଫୁଟବଲ ପଡିଆରେ ହେବ ରାବଣ ପୋଡ଼ି।। 

ତେବେ ରାବଣପୋଡି ସମୟରେ ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ସମସ୍ତ ନିୟମକୁ ମାନିବାକୁ ପୂଜା କମିଟିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖାସ୍‌ କରି ରାବଣ ପୋଡି ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁମାନେ ମଣ୍ଡପ ଠାରୁ ୧୦୦ ମିଟର ଦୂରରେ ରହିବାକୁ ପଡିବ । ଏହାସହିତ ଅନୁମତି ମିଳିଥିବା ସମସ୍ତ ରାବଣ ପୋଡି ସ୍ଥାନରେ ଗୋଟିଏ ଲେଖାଏଁ ଦମକଳ ଗାଡି ନିୟୋଜିତ ରହିବା ସହ ଅଗ୍ନିଶମ ବାହିନୀ ମଧ୍ୟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପୂଜା ମଣ୍ଡପକୁ ଅଗ୍ନିନିର୍ବାପକ ଯନ୍ତ୍ର ରଖିବାକୁ କୁହାଯାଇଛି । ସ୍କୁଲ, କଲେଜ, ମନ୍ଦିର ଓ ବାସସ୍ଥାନ ଠାରୁ ୨୫୦ ମିଟର ଦୂରରେ ରାବଣ ପୋଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Share this post

Previous Post Next Post