ଶନିବାର ଉତ୍ତରାଖଣ୍ତରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବିବାହରେ ଯୋଗ ଦେବା ପରେ ଆଖି ବୁଜିଲେ ୩୦ ବରଯାତ୍ରୀ । ଉତ୍ତରାଖଣ୍ତର ପୌଡି ଜିଲ୍ଲାରେ ବରଯାତ୍ରୀ ନେଇ ଯାଉଥିବା ଏକ ବସ୍ ନିୟନ୍ତ୍ରଣ ହରାଇ ଏକ ଘାଇକୁ ଖସି ପଡିଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି ।ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଉତ୍ତରାଖାଣ୍ତର ପୌଡି ଜିଲ୍ଲାରେ ଏକ ବସ୍ ବରଯାତ୍ରୀ ନେଇ ଯାଉଥିବା ବେଳେ ହଠାତ୍ ନିୟନ୍ତ୍ରଣ ହରାଇ ଘାଇକୁ ଖସି ପଡିଥିଲା ।
ଏହି ବରଯାତ୍ରୀ ବସ ହରିଦ୍ୱାର ନିକଟ ଲାଲ ୱାଙ୍ଗ ଅଞ୍ଚଳରୁ ପୌଡି ଜିଲ୍ଲାର ବିରୋଖାଲ ଗାଁକୁ ଯାଉଥିଲା । ହେଲେ ବିବାହ ହେଉଥିବା ସ୍ଥାନରେ ପହଞ୍ଚିବା ପୂର୍ବରୁ ୨୦୦ ଫୁଟ୍ ଘାଇକୁ ବସଟି ଖସି ପଡିଥିଲା । ବସରେ ପ୍ରା ୫୦ ରୁ ୫୫ ବରଯାତ୍ରୀ ଥିବା ନେଇ ସୂଚନା ରହିଛି । ଉତ୍ତରାଖଣ୍ତ ବାଚସ୍ପତି ରିତୁ ଖଣ୍ତୁରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଭେଟିଛନ୍ତି । ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି । ହେଲେ ଡ୍ରାଇଭର ଅବହେଳା ଯୋଗୁଁ ଏପରି ବଡ଼ ଦୁର୍ଘଟଣା ଘଟିଛି ବୋଲି ପୋଲିସ ଅନୁମାନ କରୁଛି ।
Social Footer