ସ୍ଥଳ ଭାଗର ନିକଟତର ହେଉଛି ବାତ୍ୟା ‘ଦାନା’, ପାରଦୀପ ଠାରୁ ଅଛି ୨୧୦ କିଲୋମିଟର ଦୂରରେ

 

ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ମୁହାଁଇଲାନି ‘ଦାନା’। ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢୁଛି। ଏପଟେ ବାତ୍ୟା ‘ଦାନା’ର ପ୍ରଭାବ ଆରମ୍ଭ ହୋଇ ଗଲାଣି । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଛି। ସକାଳ ସୁଦ୍ଧା ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ପାରାଦୀପରେ ୫୧ ଓ ଚାନ୍ଦବାଲିରେ ୩୯ ମିମି ବର୍ଷା ରେକର୍ଡ କରାଯାଇଛି। ସେପଟେ ବାତ୍ୟା ପ୍ରଭାବରେ ବାଲେଶ୍ବର, ପୁରୀ, ଗୋପାଳପୁରରେ ମଧ୍ୟ ବର୍ଷା ଜାରି ରହିଛି। ବଡ଼ି ଭୋରୁ ଝିପଝିପି ବର୍ଷ ଆରମ୍ଭ ହୋଇଯାଇଛି। ତେବେ ଗତକାଲି ଅପରାହ୍ନ ଠାରୁ ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ଵର, ଜଗତସିଂହପୁର ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ଦେଖିବାକୁ ମିଳିଥିଲା। 

ଆଜି ସେଇସବୁ ସ୍ଥାନରେ ବର୍ଷାର ପରିମାଣ ବଢୁଥିବା ବେଳେ ଆଜି ସକାଳୁ ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ହାଲୁକା ଧାରଣ ବର୍ଷା ଅନୁଭୂତ ହେଉଛି। ଏପଟେ ରାଜଧାନୀରେ ମଧ୍ୟ ତୁହାକୁ ତୁହା ବର୍ଷା ଲାଗି ରହିଛି। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦାନା’ ସ୍ଥଳଭାଗ ମୁହାଁ ହେଉଛି। ପାରାଦୀପଠାରୁ ବାତ୍ୟା ୨୧୦ କିଲୋମିଟର ଦୂରରେ ଥିବାବେଳେ ଧାମରାଠାରୁ ୨୪୦ କିମି ଦୂରରେ ରହିଛି। ସମୁଦ୍ରରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୨ କିମି ବେଗରେ ଅଗ୍ରସର ହେଉଛି।  ଭିତରକନିକା ଏବଂ ଧାମରା ମଧ୍ଯରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଆଜି ବିଳମ୍ୱିତ ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ।

Share this post

Previous Post Next Post