ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ରାଗିଂ ଘଟଣା: ୧୭ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

 

ବ୍ରହ୍ମପୁରରେ ହୋଇଥିବା ରାଗିଂ ଘଟଣାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୧୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ୟୁଜିସିର ଆଣ୍ଟିରାଗିଂ । ଘଟଣାରେ ସଂପୃକ୍ତ ଥିବା ୪ ଜଣ ଛାତ୍ରଙ୍କୁ ସପ୍ତାହେ ମଧ୍ୟରେ ହଷ୍ଟେଲ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂପୃକ୍ତ ଥିବା ଅନ୍ୟ ୧୩ ଜଣ ଛାତ୍ରଙ୍କୁ ହଜାର ଟଙ୍କ ସହିତ ଅଣ୍ଡରଟେକିଂ ଦାଖଲ କରିବାକୁ କୁହାଯାଇଛି ।       

ସୂଚନା ଅନୁସାରେ ଗତ ମାସ ୨୧ ତାରିଖ ରାତିରେ ନୂତନ ଛାତ୍ରାବାସରେ ରହୁଥିବା ପ୍ରଥମ ବର୍ଷ ଛାତ୍ରଙ୍କୁ ଅନ୍ୟ ହଷ୍ଟେଲର ଦ୍ବିତୀୟ ବର୍ଷ ଛାତ୍ରମାନେ ମାନସିକ ନିର୍ଯାତନା ସହ ରାଗିଂ କରିଥିବା ନେଇ ୟୁଜିସିର ଆଣ୍ଟିରାଗିଂ ସେଲରେ ଅଭିଯୋଗ ହୋଇଥିଲା। ୟୁଜିସି ପକ୍ଷରୁ ୨୨ତାରିଖ ଦିନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଘଟଣାର ତଦନ୍ତ କରିଛି ବିଶ୍ବବିଦ୍ୟାଳୟର ଆଣ୍ଟିରାଗିଂ କମିଟିର ୧୨ଜଣିଆ ଟିମ୍। ରିପୋର୍ଟକୁ ଆଧାର କରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନାଗାବଳୀ, ଋଷିକୁଲ୍ୟା ଓ ବଂଶଧାରା ହଷ୍ଟେଲରେ ରହୁଥିବା ୪ ଜଣ ଛାତ୍ରଙ୍କୁ ହଷ୍ଟେଲ୍ ଛାଡ଼ିବାକୁ କୁହାଯାଇଛି ।

Share this post

Previous Post Next Post